ଓଡିଶା

odisha

ETV Bharat / state

ପୁଣି ଅନ୍ଧାରରେ ଛୋଟକେଇ ଗାଁ, ସାତ ମାସ ଯାଇନି ପୋଡିଗଲା ଟ୍ରାନ୍ସଫରମର - ପୁଣି ଅନ୍ଧାରରେ ଛୋଟକେଇ ପ୍ରକୃତି ନିବାସ

ପୁଣି ଅନ୍ଧାରରରେ ଛୋଟକେଇ ଗାଁ । ସାତ ମାସ ଯାଇନି ପୋଡିଗଲା ବିଜୁଳି ଟ୍ରାନ୍ସଫରମର । ଅଧିକ ପଢନ୍ତୁ

ପୁଣି ଅନ୍ଧାରରେ ଛୋଟକେଇ ଗାଁ, ସାତ ମାସ ଯାଇନି ପୋଡିଗଲା ଟ୍ରାନ୍ସଫରମର
ପୁଣି ଅନ୍ଧାରରେ ଛୋଟକେଇ ଗାଁ, ସାତ ମାସ ଯାଇନି ପୋଡିଗଲା ଟ୍ରାନ୍ସଫରମର

By

Published : Aug 29, 2022, 3:30 PM IST

ଅନୁଗୋଳ :ବଣ ପାହାଡ ଘେରା ଅନୁଗୋଳ ଜିଲ୍ଲାରଛୋଟକେଇ ଗାଁ । ଗତ କିଛି ଦିନ ପୂର୍ବରୁ ଗାଁକୁ ହୋଇଥିଲା ବିଜୁଳି ସଂଯୋଗ । ହେଲେ ଏବେ ଗାଁରେ ନାହିଁ ବିଜୁଳି । ପୁଣି ଅନ୍ଧାରରେ ଛୋଟକେଇ ପ୍ରକୃତି ନିବାସ ଓ ପୁରା ଗାଁ । ଦୀର୍ଘ ବର୍ଷର ସଂଘର୍ଷ ପରେ ଗାଁକୁ ହୋଇଥିଲା ବିଜୁଳି ସଂଯୋଗ । ପୁଣି ଦିନ କେଇଟା ନ ଯାଉଅଣୁ ଗାଁ ଯୋଉ ଅନ୍ଧାରକୁ ସେଇ ଅନ୍ଧାର । ବଣ ପାହାଡ ଘେରା ଛୋଟକେଇ ଗାଁ ଏବେ ପୁଣି ଅନ୍ଧାରରେ ।

ପୁଣି ଅନ୍ଧାରରେ ଛୋଟକେଇ ଗାଁ, ସାତ ମାସ ଯାଇନି ପୋଡିଗଲା ଟ୍ରାନ୍ସଫରମର

ଗତ ସାତ ମାସ ତଳେ ଗାଁକୁ ନୂଆ କରି ବିଜୁଳି ଆସିଥିଲା । ହେଲେ ପ୍ରାୟ ଏକ ମାସ ପାଖାପାଖି ହେବ ଲଗାଯାଇଥିବା ଟ୍ରାନ୍ସଫରମର ପୋଡି ଯିବାରୁ ଲୋକେ ପୁଣି ଅନ୍ଧାରରେ ରହିଛନ୍ତି । ବର୍ଷା ଦିନ ଥିବାରୁ ଅନ୍ଧାରରେ ସରୀସୃପଙ୍କ ଭୟ ଘାରୁଛି ଲୋକଙ୍କୁ । କେବଳ ସେତିକି ନୁହେଁ ବିଜୁଳି ନ ଥିବା ଯୋଗୁଁ ଗାଁର ପିଲାମାନେ ପାଠ ପଢିବାରୁ ବଞ୍ଚିତ ହେଉଥିବା ବେଳେ ଦହଗଞ୍ଚ ହୋଇ ଚଳୁଛନ୍ତି ଏଠିକାର ଲୋକେ ।

ଏହାବି ପଢନ୍ତୁ:ସ୍ୱାଧୀନତାର ୭୫ ବର୍ଷରେ ବି ବିଜୁଳି ଦେଖିପାରିନି ସାଲର ଗାଁ, ପିଲାଙ୍କ ପାଠପଢା ଠପ୍

ଗାଁର ପ୍ରାୟ 100 ଘର ଅନ୍ଧାରରେ ଥିବାବଳେ ଏଠାରେ ଥିବା ପ୍ରକୃତି ନିବାସ ମଧ୍ୟ ଅନ୍ଧାରରରେ । ବର୍ଷା ଦିନ ଥିବାରୁ ସୋଲାର କାମ କରୁନି । ତେଣୁ ଅନ୍ଧାର ଯୋଗୁ ପର୍ଯ୍ୟଟକ ମଧ୍ୟ ଆସୁନାହାନ୍ତି । ବିଜୁଳି ନ ଥିବା ନେଇ ଲୋକେ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ନେତାଙ୍କୁ ମଧ୍ୟ ଆପତ୍ତି କରିଛନ୍ତି । କିନ୍ତୁ କେହି ତାଙ୍କ କଥା ଶୁଣି ନାହାନ୍ତି । ଏନେଇ ଆମେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇ ନାହିଁ । ଗୋଟେ ପଟେ ସରୀସୃପ ଅନ୍ୟପଟେ ହାତୀ ସହ ଅନ୍ୟ ବନ୍ୟଜନ୍ତୁ ଆକ୍ରମଣ ଭୟରେ ସମୟ ବିତାଉ ଛନ୍ତି ଛୋଟକେଇ ଗାଁଲୋକେ । ଯଦି ପୁଣି ବିଜୁଳି ସଂଯୋଗ ନ ଦିଆଯାଏ । ତେବେ ସେମାନେ ଆନ୍ଦୋଳନ କରିବା ସହ ପ୍ରକୃତି ନିବାସକୁ ସବୁଦିନ ପାଇଁ ବନ୍ଦ କରିଦେବେ ବୋଲି ଧମକ ଦେଇଛନ୍ତି ।

ଆମ ଦେଶ ସ୍ବାଧୀନତାର ୭୫ ବର୍ଷ ପରେ ବି ଆମ ରାଜ୍ୟରେ ଏମିତି ଗାଁ ଅଛି, ଯେଉଁଠି ଆଜିବି ବିଜୁଳି ଆଲୁଅ ସାତସପନ । ବିଜୁଳି ନ ଥିବାରୁ ଲୋକେ ଦୁର୍ବିସହ ଜୀବନ ବିତାଉଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details