ଓଡିଶା

odisha

By

Published : Feb 23, 2020, 1:07 PM IST

ETV Bharat / state

ଅନୁଗୋଳରେ ଭୀମ ଆର୍ମୀର ବନ୍ଦ ଡାକରା

ଅନୁଗୋଳରେ ଚାକିରୀ କ୍ଷେତ୍ରରେ ସଂରକ୍ଷଣକୁ ନେଇ ଭୀମ ଆର୍ମି ପକ୍ଷରୁ ଦିଆ ଯାଇଥିବା ସର୍ବଭାରତୀୟ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି । ଜାତୀୟ ରାଜପଥ ଗୁଡିକ ଅବରୋଧ କରିଛନ୍ତି । ଫଳରେ ଶହ ଶହ ଗାଡି ଅଟକି ରହିଥବାବେଳେ ଯାତ୍ରୀମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଅଧିକ ପଢନ୍ତୁ...

anugul-barat-bandh-by-bhim-army
ଅନୁଗୋଳରେ ଭୀମ ଆର୍ମୀର ବନ୍ଦ ଡାକରା

ଅନୁଗୋଳ: ଭୀମ ଆର୍ମୀର ବନ୍ଦ ଡାକରା । ଚାକିରୀ କ୍ଷେତ୍ରରେ ସଂରକ୍ଷଣକୁ ନେଇ ଭୀମ ଆର୍ମୀ ପକ୍ଷରୁ ଦିଆ ଯାଇଥିବା ସର୍ବଭାରତୀୟ ବନ୍ଦ ଡାକରା ଅନୁଗୋଳରେ ପ୍ରଭାବ ଦେଖିବାକୁ ମିଳିଛି ।ଜିଲ୍ଲାର ଅନୁଗୋଳ, ବଅଁରପାଳ, ଛେଣ୍ଡିପଦା, କଣିହାଁ, ତାଳଚେର, ବାମୁରୁ, ଆଠମଲ୍ଲିକ, ପାଲଲହଡ଼ା ସମେତ ବିଭିନ୍ନ ସ୍ଥାନରେ ଦଳ ଦଳ ହୋଇ ଭୀମ ଆର୍ମୀର ସଦସ୍ୟ ମାନେ ବନ୍ଦ କରିଛନ୍ତି । ବିଶେଷ କରି ଜାତୀୟ ରାଜପଥ ଗୁଡିକ ଅବରୋଧ କରିଛନ୍ତି ।

ଅନୁଗୋଳରେ ଭୀମ ଆର୍ମୀର ବନ୍ଦ ଡାକରା

ଫଳରେ ଗାଡି ମୋଟର ଚଳାଚଳ ଏକ ପ୍ରକାର ଠପ ହୋଇଯାଇଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଶହ ଶହ ଗାଡି ଅଟକି ରହିଥବାବେଳେ ଯାତ୍ରୀମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଫଳରେ ଏହି ବନ୍ଦ ପ୍ରଭାବ ଅନୁଗୋଳରେ ପଡି ନଥିଲେ ବି କେତେକ ସ୍ଥାନରେ ପ୍ରଭାବିତ କରିଛି ।

ଅନୁଗୋଳର ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details