ଅନୁଗୋଳ:ଜିଲ୍ଲାର ବ୍ରାହ୍ମଣୀ ନଦୀ ଉପରେ ପୁଣି ଏକ ଆନିକଟ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ତାଳଚେରରେ ୨୨୧ କୋଟି ଟଙ୍କା ବ୍ୟୟରେ ଜଳ ସଂରକ୍ଷଣ ପାଇଁ ଆନିକଟ ନିର୍ମାଣ ହେବ । ଏନେଇ ଜିଲ୍ଲାର ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ ଜଳାଶୟ ସୃଷ୍ଟି ଲାଗି ରାଜ୍ୟ ସରକାର ୨୦୧୯-୨୦ ମସିହାରେ ୧୧୭୦୦ କୋଟି ଟଙ୍କା ବ୍ୟୟରେ "ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ" ପ୍ରକଳ୍ପର ଯୋଜନା କରିଛନ୍ତି । ଏହି ଯୋଜନା ମଧ୍ୟରେ ବ୍ରାହ୍ମଣୀ ନଦୀରେ ଅନୁଗୋଳ ଜିଲ୍ଲାର ତାଳଚେର ବ୍ଳକର ଖାଲପାଳ ଗାଁ ନିକଟରେ ଏକ ସେତୁ ନିର୍ମାଣ କରାଯିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି ସେତୁ ନିର୍ମାଣ ସହ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ପାଇଁ ୨୨୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ପ୍ରକଳ୍ପଟି ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ବେଳେ ୩୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ’’