ଓଡିଶା

odisha

ETV Bharat / state

ଅନୁଗୋଳରେ ପୋଲିସର ଫ୍ଲାଗମାର୍ଚ୍ଚ, ସହଯୋଗ କରିବାକୁ ନିବେଦନ

ଗ୍ରୀନଜୋନରେ ଥିବା ଅନୁଗୋଳ ଜିଲ୍ଲାକୁ ରେଡଜୋନରେ ପରିଣତ ନ କରାଇବାକୁ ଜିଲ୍ଲା ପୋଲିସର ତତ୍ପରତା । ରାତି 7ରୁ ସକାଳ 7 ପର୍ଯ୍ୟନ୍ତ ଜିଲ୍ଲାରେ କର୍ଫ୍ୟୁ ଘୋଷଣା କରିଥିବା ବେଳେ ଫ୍ଲାଗମାର୍ଚ୍ଚ କରି ପୋଲିସ କରିଛି ସଚେତନତା । ଅଧିକ ପଢନ୍ତୁ...

angul-police-flagmarch
ଅନୁଗୋଳରେ ପୋଲିସର ଫ୍ଲାଗମାର୍ଚ୍ଚ, ସହଯୋଗ କରିବାକୁ ନିବେଦନ

By

Published : May 8, 2020, 11:40 AM IST

Updated : May 8, 2020, 4:25 PM IST

ଅନୁଗୋଳ: ଗ୍ରୀନଜୋନରେ ଥିବା ଅନୁଗୋଳ ଜିଲ୍ଲାକୁ ରେଡଜୋନରେ ପରିଣତ ନ କରାଇବାକୁ ଜିଲ୍ଲା ପୋଲିସର ତତ୍ପରତା । ରାତି 7ରୁ ସକାଳ 7 ପର୍ଯ୍ୟନ୍ତ ଜିଲ୍ଲାରେ କର୍ଫ୍ୟୁ ଘୋଷଣା କରିଥିବା ବେଳେ ଫ୍ଲାଗମାର୍ଚ୍ଚ କରି ପୋଲିସ କରିଛି ସଚେତନତା ।

ଅନୁଗୋଳରେ ପୋଲିସର ଫ୍ଲାଗମାର୍ଚ୍ଚ, ସହଯୋଗ କରିବାକୁ ନିବେଦନ

ଅନୁଗୋଳରେ ପୋଲିସର ଫ୍ଲାଗମାର୍ଚ୍ଚ । ଜନସଚେତନତାକୁ ଆଖିଆଗରେ ରଖି ଅନୁଗୋଳ ସହରରେ ଫ୍ଲାଗମାର୍ଚ୍ଚ କରିଛି । ଅନୁଗୋଳ ଗ୍ରୀନ ଜୋନରେ ରହିଥିବା ବେଳେ ଏଠାରେ ତାଲାବନ୍ଦରେ କେତେକ କୋହଳ କରାଯାଇଛି । ସଖାଳ 7ଟାରୁ ଦିନ 2ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଥିବା ବେଳେ ସନ୍ଧ୍ୟା 7ଟାରୁ ସକାଳ 7ଟା ପର୍ଯ୍ୟନ୍ତ ସାରା ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ସେପଟେ ଖୋଲିଥିବା ଦୋକାନ ଗୁଡିକରେ କିଭଳି ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯିବ, ସେନେଇ ପୋଲିସ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ନିବେଦନ କରିଛି । ପୁରା ସହରରେ ପୋଲିସର ଏହି ଫ୍ଲାଗମାର୍ଚ୍ଚ ଦେଖିବାକୁ ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : May 8, 2020, 4:25 PM IST

ABOUT THE AUTHOR

...view details