ଓଡିଶା

odisha

ETV Bharat / state

ଗରିବୀଠୁ ବଳି ଯାଉଛି ଦାଦନ ଦୁଃଖ: ରୋଜଗାର କରିବାକୁ ଯାଇ ଜଣେ ମୃତ, ଫସିଛନ୍ତି ୧୦

ରାଜ୍ୟରେ ବଢୁଛି ଦାଦନ ଦୁଃଖ। କାମରେ ଆସୁନି ସରକାରଙ୍କ ଯୋଜନା। ଚେନ୍ନାଇରେ ଫସିଥିବା ଦାଦନଙ୍କୁ ଗାଁ ଫେରାଇ ଆଣିବାକୁ ଶ୍ରମବିଭାଗକୁ ଅନୁରୋଧ କଲେ ପରିବାର। ଅଧିକ ପଢ଼ନ୍ତୁ

ରାଜ୍ୟରେ ବଢୁଛି ଦାଦନ ଦୁଃଖ
ରାଜ୍ୟରେ ବଢୁଛି ଦାଦନ ଦୁଃଖ

By

Published : May 26, 2023, 7:56 PM IST

ରାଜ୍ୟରେ ବଢୁଛି ଦାଦନ ଦୁଃଖ, ଚେନ୍ନାଇରେ ଫସିଥିବା ଦାଦନ ଶ୍ରମିକ

ଅନୁଗୋଳ: ଦାଦନ ମୁକ୍ତ ରାଜ୍ୟ କରିବା ପାଇଁ ସରକାର ମାଳମାଳ ଯୋଜନା । ହେଲେ ସବୁ ଯୋଜନା ଖାଲି କାଗଜ କଲମରେ ସୀମିତ ହୋଇ ରହିଯୋଇଛି । ତେବେ ଶିଳ୍ପ ଜିଲ୍ଲାରେ ଦାଦନର ଦୁଃଖ । ଚେନ୍ନାଇ ଯାଇ ଫସିଛନ୍ତି ୧୦ ଶ୍ରମିକ । ଅନୁଗୋଳ ଜିଲ୍ଲାର ବନ୍ତଳା ପଞ୍ଚାୟତ ବନ୍ତଳା ବଜାର ଗାଁର ୧୦ଜଣ ଶ୍ରମିକ ଚେନାଇରେ ଫସି ରହିଛନ୍ତି । ସେମାନଙ୍କ ହାତରେ ଟଙ୍କାଟିଏ ନଥିବାରୁ ୩ଦିନ ହେଲା ଭୋକ ଉପାସରେ ସେଠାରେ ଅଛନ୍ତି । ଯାହାଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଆକୁଳ ନିବେଦନ କରୁଛନ୍ତି।

ଦାଦନ ଦୁଃଖ: ବନ୍ତଳା ବଜାର ଗାଁର ଅନୁସୂଚିତ ଜାତିର ୧୧ଜଣ ଶ୍ରମିକ ଭଲ ଦୁଇ ପଇସା ରୋଜଗାର କରିବାକୁ ଗତ ୨୨ତାରିଖ ଚେନ୍ନାଇ ଯାଇଥିଲେ । ସେଠାରେ ଏକ ପ୍ଲାଷ୍ଟିକ କାରଖାନାରେ କାମ କରିବାକୁ ନିକଟସ୍ଥ ଗଡ଼ତରାସ ଗାଁର ବିଶ୍ୱନାଥ ନାଏକ ନାମକ ଜଣେ ବ୍ୟକ୍ତି ୧୧ଜଣ ଶ୍ରମିକଙ୍କୁ ସାଙ୍ଗରେ ନେଇଥିଲେ। ୨୩ ତାରିଖ ମଧ୍ୟାହ୍ନ ୧୨ଟା ୧୫ରେ ପଣ୍ଡିଚେରୀ ଏକ୍ସପ୍ରେସରେ ସେମାନେ ଯାଇଥିଲେ। ହେଲେ ଚେନ୍ନାଇ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନ ଭିତରେ ଶ୍ରୀକାନ୍ତ ଗୋଚ୍ଛାୟତ ନାମକ ଜଣେ ଶ୍ରମିକ ହଠାତ ମୃତ୍ୟୁ ବରଣ କଲେ। କିନ୍ତୁ ମୃତଦେହକୁ ସେଠାରେ ସତ୍କାର କରିବା କିମ୍ବା ନିଜ ଘରକୁ ଆଣିବା ପାଇଁ ହାତରେ ଟଙ୍କାଟିଏ ନାହିଁ। ଫଳରେ ଶ୍ରମିକମାନେ ସହାୟତକୁ ଅପେକ୍ଷା କରି ରହିଛନ୍ତି।

ପରିବାର ବର୍ଗ କହିଛନ୍ତି,‘‘ଗାଁରେ ପର୍ଯ୍ୟାପ୍ତ କାମ ମିଳୁ ନାହିଁ । ଫଳରେ ଯୁବକମାନେ ବେକାର ହୋଇ ବୁଲୁଛନ୍ତି । କିଏ ଘର ଖଣ୍ଡେ କଲେ ଆଗକୁ ବିବାହ କରିବାର ସ୍ୱପ୍ନ ଦେଖୁଛି ତ ଆଉ କିଏ ନିଜ ଝିଅ ଓ ଭଉଣୀର ବିବାହ କରାଇବାକୁ ଭାବିଛି । ତେଣୁ ବାହାରକୁ ଯାଇ ଭଲ ଦୁଇ ପଇସା ସଞ୍ଚୟ କରିବାକୁ ଆଶା ବାନ୍ଧି ଯାଇଥିଲେ । ହେଲେ ତାହା ହେବା ପୂର୍ବରୁ ଜଣେ ଆର ପାରିକୁ ଚାଲିଗଲା । ଆଉ ୧୦ଜଣ ଶ୍ରମିକ ଭୋକ ଉପାସରେ ପଡି ରହିଛନ୍ତି । ବାକି 10ଜଣଙ୍କୁ ଆଣିବକୁ ଆମେ ସରପଞ୍ଚ ଓ ଶ୍ରମ ଅଧିକାରୀଙ୍କୁ ନିବେଦନ କରୁଛୁ ।

ସ୍ଥାନୀୟ ସରପଞ୍ଚ କହିଛନ୍ତି,‘‘ପ୍ରାୟ ଏକ ବର୍ଷ ହେଲା ପଞ୍ଚାୟତରେ କୌଣସି ଶ୍ରମ ଭିତ୍ତିକ କାମ ହେଉ ନାହିଁ। ବ୍ଲକ ପ୍ରଶାସନ ଆଦୌ ସହଯୋଗ କରୁନାହିଁ । ଏଠାରେ କାମ ନାହିଁ ତ ଶ୍ରମିକମାନଙ୍କୁ କିଭଳି କାମ ଧନ୍ଦା ଯୋଗାଇ ଦିଆଯାଇ ପାରିବ ବୋଲି ସରପଞ୍ଚ ଓଲଟା ପ୍ରଶ୍ନ କରିଛନ୍ତି। କିନ୍ତୁ ଫସି ରହିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ସହ ଯୋଗାଯୋଗ କରିଛି ।’’ ଅନ୍ୟପକ୍ଷରେ ସହକାରୀ ଶ୍ରମ ଅଧିକାରୀ କହିଛନ୍ତି,‘‘ଶ୍ରମ ବିଭାଗ ତରଫରୁ ସବୁ ବ୍ୟବସ୍ଥା କରାଯାଇଛି । ସେଠାରେ ମୃତଦେହକୁ ସତ୍କାର କରାଯିବ । ଶ୍ରମିକମାନଙ୍କ ଟ୍ରେନ୍‌ ଟିକେଟ ବ୍ୟବସ୍ଥା କରାଯିବ । ସେମାନଙ୍କୁ ସୁରକ୍ଷିତ ନିଜ ଗାଁକୁ ଅଣାଯିବ ।’’

ଇଟିଭି ଭାରତ, କେନ୍ଦ୍ରପଡା

ABOUT THE AUTHOR

...view details