ଓଡିଶା

odisha

By

Published : Sep 2, 2022, 11:42 AM IST

Updated : Sep 2, 2022, 12:09 PM IST

ETV Bharat / state

ନୂଆ ରୂପ ପାଇବ ଅଙ୍ଗାରବନ୍ଧ ମହିମା ଧାମ, ମିଳିଲା ଆର୍ଥିକ ଅନୁଦାନ

ଅନୁଗୋଳର ଅଙ୍ଗାରବନ୍ଧରେ ଥିବା ମହିମା ଧାମର ହେବେ ଉନ୍ନତିକରଣ । ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ୫୦ଲକ୍ଷ ଟଙ୍କା ଅର୍ଥିକ ଅନୁଦାନ ଦିଆଯାଇଛି । ଅଧିକ ପଢନ୍ତୁ

ନୂଆ ରୂପ ପାଇବ ଅଙ୍ଗାରବନ୍ଧ ମହିମା ଧାମ, ମିଳିଲା ଆର୍ଥିକ ଅନୁଦାନ
ନୂଆ ରୂପ ପାଇବ ଅଙ୍ଗାରବନ୍ଧ ମହିମା ଧାମ, ମିଳିଲା ଆର୍ଥିକ ଅନୁଦାନ

ଅନୁଗୋଳ: ନୂଆ ରୂପ ପାଇବ ଅନୁଗୋଳ ଅଙ୍ଗାରବନ୍ଧ ଠାରେ ଥିବା ମହିମା ଧାମ । ଏହାର ନବୀକରଣ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଅର୍ଥିକ ଅନୁଦାନ ଦିଆଯାଇଛି । ମହିମା ଧାମର ନବୀକରଣ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ୫୦ଲକ୍ଷ ଟଙ୍କା ଅର୍ଥିକ ଅନୁଦାନ ଦିଆଯାଇଛି । ଫଳରେ ଖୁବ ଶୀଘ୍ର ଧାମର ପାଚେରୀ ନିର୍ମାଣ, ମନ୍ଦିର ଭିତରେ ମାର୍ବଲ ଓ ଅନ୍ୟାନ୍ୟ କାମ ଆରମ୍ଭ ହେବ ।

ନୂଆ ରୂପ ପାଇବ ଅଙ୍ଗାରବନ୍ଧ ମହିମା ଧାମ, ମିଳିଲା ଆର୍ଥିକ ଅନୁଦାନ

ଏନେଇ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ନୂତନ କାମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅଙ୍ଗାରବନ୍ଧ ମହିମା ଧାମ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ସାରିଛି । ତେଣୁ ଏହାର ଉନ୍ନତି କରିବା ତଥା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୦ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଦିଆଯାଇଛି । ଆଗାମୀ ଦିନରେ ଆହୁରି ଅଧିକ ଆର୍ଥିକ ଅନୁଦାନ ଦିଆଯିବ ବୋଲି ଉପବାଚସ୍ପତି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ମହିମା ଧର୍ମାବଲମ୍ବୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ-ଗଣେଶଙ୍କ ଆବାହନ ନେଇ ରହିଛି ସ୍ବତନ୍ତ୍ର ବିଧି, ବିଶେଷ ସାମଗ୍ରୀ ସହ ପୂଜା ପାଆନ୍ତି ଗଜାନନ

ମହିମା ଧର୍ମୀଙ୍କ କହିବା ଅନୁଯାୟୀ, ‘୧୮୬୪ ମସିହାରେ ମହିମା ଗୋସାଇଁ ଏଠାକୁ ଆସି ଏଠାରେ ଧାମ ସ୍ଥାପନ କରିଥିଲେ । ସେବେଠାରୁ ଏଠାରେ ମହିମା ଧର୍ମାବଲମ୍ବୀଙ୍କ ଅଗାଧ ବିଶ୍ୱାସ ରହିଛି । ଏହାଛଡା ଧାମଟି ଲିଙ୍ଗରା ନାଳ କୂଳରେ ଏକ ସୁନ୍ଦର ପରିବେଶ ଭିତରେ ରହିଛି । ତେଣୁ ଏହାକୁ ଉପଭୋଗ କରିବା ସହ ମହିମା ଗୋସାଇଙ୍କ ପୁରୁଣା ଚିହ୍ନସବୁ ଦେଖିବାକୁ ପର୍ଯ୍ୟଟକ ଆସନ୍ତି । ସେହି ଦୃଷ୍ଟିରୁ ଅଞ୍ଚଳବାସୀ ଦୀର୍ଘ ଦିନ ହେଲା ଏହି ଧାମର ଉନ୍ନତିକରଣ କରିବା ସହ ଏହାକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବାକୁ ଦାବି କରି ଆସୁଥିଲେ ।’ ଏଠାରେ ମାଘ ମେଳା ବେଶ ଧୂମ ଧାମରେ ପାଳନ କରାଯାଏ ।

Last Updated : Sep 2, 2022, 12:09 PM IST

ABOUT THE AUTHOR

...view details