ଓଡିଶା

odisha

ETV Bharat / state

ମଣ୍ଡାଆମ୍ବରେ ହାତୀ ଆତଙ୍କ, ଭୟରେ ଗାଁ ଛାଡିଲେ ୧୦ ପରିବାର

ଦିନକୁ ଦୁନ ବଢିବାରେ ଲାଗିଛି ହାତୀଙ୍କ ଉପଦ୍ରବ। ହାତୀ ଭୟରେ ଗାଁ ଛାଡିଲେ 10 ପରିବାର। ଅଧିକ ପଢ଼ନ୍ତୁ

ହାତୀ ଭୟରେ ଗାଁ ଛାଡିଲେ 10 ପରିବାର
ହାତୀ ଭୟରେ ଗାଁ ଛାଡିଲେ 10 ପରିବାର

By

Published : Jun 15, 2023, 4:38 PM IST

ହାତୀ ଭୟରେ ଗାଁ ଛାଡିଲେ 10 ପରିବାର

ଅନୁଗୋଳ:ବଢିବାରେ ଲାଗିଛି ହାତୀଙ୍କ ଉପଦ୍ରବ । ହାତୀମାନଙ୍କ ଉପଦ୍ରବରେ ଅତିଷ୍ଠ ହେଲେଣି ଗ୍ରାମବାସୀ । କେତେବେଳେ ଧାନବିଲରେ ପଶି ଧାନ ନଷ୍ଟ କରୁ୍‌ଛି ତ କେତେବେଳେ ଘର ଦ୍ବାର ଭାଙ୍ଗି ଲୋକଙ୍କ ଜୀବନ ନେଉଛି ହାତୀ । ହାତୀଙ୍କ ଉପଦ୍ରବ ସହି ନପାରି ଭୟରେ ଗାଁ ଛାଡ଼ୁଛନ୍ତି ଲୋକେ । ଏଭଳି ସ୍ଥିତି ଉପୁଜୁଛି ଅନୁଗୋଳରେ । ଜିଲ୍ଲାର ହଣ୍ଡପା ବନାଞ୍ଚଳର ମଣ୍ଡାଆମ୍ବ ଗାଁର ୧୦ ପରିବାର ହାତୀଙ୍କ ଉପଦ୍ରବ ସହି ନପାରି ଗାଁ ଛାଡ଼ିଛନ୍ତି । ହାତୀ ତାଙ୍କ ଘରଭାଙ୍ଗି ତାଙ୍କୁ ବାସହରା କରିଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାସହ ବନ ବିଭାଗକୁ ଜଣାଇବା ପରେ ମଧ୍ୟ ସେ ବିଳମ୍ବରେ ପଦକ୍ଷେପ ନେଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ।

ଅନୁଗୋଳରେ ହାତୀଙ୍କ ଉତ୍ପାତ ଚରମ ସୀମାରେ ପହଞ୍ଚିଲାଣି । ହାତୀ ଭୟରେ ଆତଙ୍କିତ ଜିଲ୍ଲାର ଅନେକ ଗାଁର ଲୋକେ । ବନ୍ତଳା ବନାଞ୍ଚଳରେ ହାତୀ ଲୋକଙ୍କ ଜୀବନ ନେଉଥିବା ବେଳେ ଫସଲ ନଷ୍ଟ କରୁଛନ୍ତି । ଏହି ବନାଞ୍ଚଳରୁ ହାତୀ ଘଉଡାଇବା ପାଇଁ ବିଭାଗ ଯୋଜନା କରିଥିବା ବେଳେ ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡରେ ଦେଖା ଦେଇଛି ହାତୀଙ୍କ ପାଦୁର୍ଭାବ । ବନଖଣ୍ଡର ହଣ୍ଡାପା ବନାଞ୍ଚଳରେ ହାତୀ ଉପଦ୍ରବ ବଢ଼ି ଚାଲିଥିବାରୁ ଭୟରେ ଲୋକେ ଗାଁ ଛାଡିଥିବା ନଜରକୁ ଆସିଛି ।

ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ନାକଚି ପଞ୍ଚାୟତ ମଣ୍ଡା ଆମ୍ବ ଗାଁରେ ଏକ ଦନ୍ତା ହାତୀ ଗତ କିଛି ଦିନ ହେବ ଆତଙ୍କ ସୃଷ୍ଟି କରିଥିବାରୁ ଲୋକେ ଗାଁ ଛାଡି ଚାଲି ଯାଇଛନ୍ତି । ହାତୀ ଘର ଦ୍ବାର ଭାଙ୍ଗିବା ସହ ଆକ୍ରମଣ କରୁଥୁବାରୁ ଗାଁ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ଲୋକେ । ଯେତେଥର ଘର କରିଛନ୍ତି ହାତୀ ତାହାକୁ ଭାଙ୍ଗି ଦେଉଛି । ବନ ବିଭାଗକୁ ଯେତେ ଥର ଅଭିଯୋଗ କଲେ ମଧ୍ୟ ହାତୀ ଘଉଡାଇବା ଦିଗରେ କୌଣସି ପଦକ୍ଷେପ ନେଉ ନାହିଁ । ଗାଁରେ ରହିବା ସମ୍ଭବପର ହୋଇ ପାରୁନି । ହାତୀ ଆକ୍ରମଣରେ ଜୀବନ ଯିବା ଭୟରେ ରହୁଛନ୍ତି ଗ୍ରାମବାସୀ । ତେଣୁ ସେମାନେ ଗାଁରେ ଆଉ ରହିବେ ନାହଁ । ସେଥିପାଇଁ ସେମାନେ ନିଜର ଆସବାବପତ୍ର ଧରି ଗାଁ ଛାଡି ଅନ୍ୟତ୍ର ପଳାଉଛନ୍ତି । ସରକାର ତାଙ୍କ ଦୁଃଖ ଶୁଣନ୍ତୁ ତାଙ୍କୁ ଅନ୍ୟତ୍ର ଘର କରେଇ ଦିନ୍ତୁ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।

ଏନେଇ ବନ ବିଭାଗର କହିବା କଥା ହାତୀ ଘଉଡାଇବା ପାଇଁ ସବୁ ପ୍ରଚେଷ୍ଟା କରାଯାଇଛି । ଆମ୍ବ ଓ ପଣସର ପାଚିବା ସମୟ ହୋଇ ଥିବାରୁ ହାତୀମାନେ ଗାଁ ପାଖାପାଖି ରହୁଛନ୍ତି । ତଥାପି ହାତୀ ଯେଭଳି କ୍ଷୟକ୍ଷତି ନ କରେ ସେଥିପାଇଁ ପ୍ରଚେଷ୍ଟା ଜାରି ରହିଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details