ଅନୁଗୋଳ: ଅବକାରୀ ବିଭାଗର ଚାଲିଛି ଗଞ୍ଜେଇ ପୋଡା ଅଭିଯାନ। ଏହି ସବୁଜ ବିଷକୁ ନଷ୍ଟ କରିବାକୁ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଜାରି ରହିଛି ଚଢ଼ାଉ । ଜିଲ୍ଲା ଛେଣ୍ଡିପଦା ଥାନା କଣଲୋଇ ଅଞ୍ଚଳରୁ ପାଖାପାଖି କୋଟିଏ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି ଅବକାରୀ ବିଭାଗ ।
ସୂଚନା ଅନୁସାରେ, ଛେଣ୍ଡିପଦା କଣଲୋଇ ଜଙ୍ଗଲରେ ୨ ଏକର ୨୫ ଡ଼ିସିମିଲ ଜାଗାରେ ପ୍ରାୟ ୯୦୦୦ ଗଞ୍ଜେଇ ଗଛକୁ ଅବକାରୀ ବିଭାଗ କାଟିଛି । ଯାହାର ଆନୁମାନିକ ମୂଲ୍ୟ ୯୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି । ଏହି ଚଢ଼ାଉରେ ଅନୁଗୋଳ ଅବକାରୀ ବିଭାଗ ଅଧିକାରୀ ବାଗଡ଼ିଆ ପୋଲିସ ଆଉ ଛେଣ୍ଡିପଦା ବନ ବିଭଗର କର୍ମଚାରୀମାନେ ସାମିଲ ଥିଲେ ।