ଓଡିଶା

odisha

ETV Bharat / state

ଭରତପୁର କୋଇଲା ଖଣି ଦୁର୍ଘଟଣା ଘଟଣା: ଆଉ ଏକ ଗଳିତ ମୃତଦେହ ଉଦ୍ଧାର

ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ମାଟି ଅତଡା ଖସି ଶ୍ରମିକଙ୍କ ମୃତ୍ୟୁ ଘଟଣା । ଉଦ୍ଧାର ହେଲା ଆଉ ଏକ ଗଳିତ ମୃତଦେହ । ମୃତଦେହଟି ରମେଶ ଦାସଙ୍କ ହୋଇଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Aug 5, 2019, 11:13 AM IST

ଅନୁଗୋଳ : ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ମାଟି ଅତଡା ଖସି ଶ୍ରମିକଙ୍କ ମୃତ୍ୟୁ ଘଟଣା । ଉଦ୍ଧାର ହେଲା ଆଉ ଏକ ଗଳିତ ମୃତଦେହ । ମୃତଦେହଟି ରମେଶ ଦାସଙ୍କ ହୋଇଥିବା ସୂଚନା । ପୂର୍ବରୁ ରମେଶଙ୍କ ହାତଗୋଡର କିଛି ଅଂଶ ମିଳିଥିଲା ।

ଗତ ଜୁଲାଇ 22 ତାରିଖରେ ଖଣିରେ ମାଟି ଅତଡା ଖସି 4 ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ତେବେ ପୂର୍ବରୁ 3ଟି ମୃତଦେହ ଉଦ୍ଧାର ହୋଇଥିବାବେଳେ, ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଶିପୁର ଗାଁର ରମେଶ ଦାସଙ୍କ ଗୋଡ ଓ ଶରୀରର କିଛି ଅଂଶ ମିଳିଥିଲା । ଏହାସହ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଆଜି(ସୋମବାର) ସକାଳେ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତଦେହଟି ରମେଶଙ୍କ ହୋଇଥିବା ବୋଲି ଅନୁମାନ କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details