ଅନୁଗୋଳ:ହୀରକୁଦ ଜଳଭଣ୍ଡାରରୁ 34ଟି ଗେଟ ଯୋଗେ ଜଳ ନିଷ୍କାସିତ ହେଉଥିବା କାରଣରୁ ତଳମୁଣ୍ତରେ ବନ୍ୟା ପରିସ୍ଥିତି ଉପୁଜିଛି । ବିଶେଷକରି ନଦୀ କୂଳିଆ ଅଞ୍ଚଳରେ ସ୍ଥିତି ଗମ୍ଭୀର ହୋଇଛି । ଅନୁଗୋଳ ଜିଲ୍ଲାର 2ଟି ବ୍ଲକରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଅନୁଗୋଳ ବ୍ଳକର ଟିକରପଡା ଓ ଆଠମଲ୍ଲିକ ବ୍ଲକର 9 ଟି ପାଞ୍ଚାୟର ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି ।
ମହାନଦୀରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ସାତକୋଶିଆ ଅଭୟାରଣ୍ୟରେ ଥିବା ଟିକର ପଡା, ମଝିପଡା, ଗଇନ୍ଦି ଓ ବେହେରା ସାହି ଗାଁ ଗୁଡିକରେ ବନ୍ୟା ପରିସ୍ଥିତି ଉପୁଜିଛି। ଗାଇନ୍ଦି ଓ ବେହେରାସାହି ନାଳରେ ପାଣି ପ୍ରବାହିତ ହେବା ସହ ଆଖପାଖ ଚାଷ ଜମି ସବୁ ବନ୍ୟା ପାଣିରେ ବୁଡି ରହିବା ସହ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି ଘାଟ ସାହି ପାଣି ଘେରରେ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ଥିବା ପ୍ରାୟ 80 ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।