ଅନୁଗୋଳ : ଷଷ୍ଠ ଦିନରେ ଅଙ୍ଗନବାଡି କର୍ମୀ ମହାସଂଘର ଆନ୍ଦୋଳନ । ଅଙ୍ଗନବାଡି କର୍ମୀ ମହାସଂଘ ୮ଦଫା ଦାବି ନେଇ 6ଦିନ ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି । ହେଲେ ସରକାର କି ପ୍ରଶାସନ ସେମାନଙ୍କ କଥା ଶୁଣୁନି । କି ତାଙ୍କ କଥାକୁ ଗୁରୁତ୍ବ ଦେଉନି । ଯାହାକୁ ନେଇ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଆଜି ଅଖିଳ ଭାରତୀୟ ଅଙ୍ଗନବାଡି ମହାସଂଘ ସଂଗଠନର ମନ୍ତ୍ରୀ ଅଞ୍ଜଳି ପଟେଲଙ୍କ ନେତୃତ୍ବରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୫ଶହରୁ ଅଧିକ ଅଙ୍ଗନବାଡି କର୍ମୀ ଓ ସହାୟିକା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ।
ଷଷ୍ଠ ଦିନରେ ଅଙ୍ଗନବାଡି କର୍ମୀ ମହାସଂଘର ଆନ୍ଦୋଳନ - ଷଷ୍ଠ ଦିନରେ ଅଙ୍ଗନବାଡି କର୍ମୀ ମହାସଂଘର ଆନ୍ଦୋଳନ
ଷଷ୍ଠ ଦିନରେ ଅଙ୍ଗନବାଡି କର୍ମୀ ମହାସଂଘର ଆନ୍ଦୋଳନ । ଅଙ୍ଗନବାଡି କର୍ମୀ ମହାସଂଘ ୮ଦଫା ଦାବି ନେଇ 6ଦିନ ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି। ହେଲେ ସରକାର କି ପ୍ରଶାସନ ସେମାନଙ୍କ କଥା ଶୁଣୁନି କି ତାଙ୍କ କଥାକୁ ଗୁରୁତ୍ବ ଦେଉନି । ଅଧିକ ପଢ଼ନ୍ତୁ
ସୂଚନାନୁସାରେ ଗତ ୨୧ ତାରିଖରୁ ମହାସଂଘ ୮ଦଫା ଦାବି ନେଇ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛି । ଏନେଇ ରାଜ୍ୟ ସାରା ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଚାଲିଛି । ସରକାର ସେମାନଙ୍କ ଦାବି ପୂରଣ ନକଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ସଂଘ ଚେତାବନୀ ଦେଇଛି । ବିଶେଷ କରି ସେମାନଙ୍କୁ ସ୍ଥାୟୀ କରିବା, ପେନସନ ବ୍ୟବସ୍ଥା ଲାଗୁ କରିବା ସହ ଅନ୍ୟାନ୍ୟ ଦାବି ଗୁଡିକ ପୂରଣ କରିବାକୁ ମହାସଂଘ ସରକାରଙ୍କ ନିକଟରେ ବାରମ୍ବାର ଗୁହାରି କରିଥିଲେ । ହେଲେ କେହି ସେମାନଙ୍କ କଥା ଶୁଣୁ ନାହାଁନ୍ତି । ଏନେଇ ଆଜି ଅଙ୍ଗନବାଡି କର୍ମୀ ମହାସଂଘ ଆନ୍ଦୋଳନକୁ ଜୋରଦାର କରିଥିବା କହିଛନ୍ତି ।
ଇଟିଭି ଭାରତ, ଅନୁଗୋଳ