ଓଡିଶା

odisha

ETV Bharat / state

ପୋଲ ତଳକୁ ଖସିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଆଟେଣ୍ଡାଣ୍ଟ

ବଡ ଅଘଟଣରୁ ବର୍ତ୍ତି ଯାଇଛି ଆମ୍ବୁଲାନ୍ସ । ଅନୁଗୋଳ ମାତେଳିଆ ନାଳ ଉପରେ ଥିବା ପୋଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ୧୦୮ ଆମ୍ବୁଲାନ୍ସ ପୋଲ ତଳକୁ ଖସି ପଡିଥିଲା। ଏଥିରେ ଥିବା ୩ ଜଣ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

By

Published : Mar 26, 2019, 4:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ପୋଲ ତଳକୁ ଖସିପଡିଲା ଆମ୍ବୁଲାନ୍ସ ।ଅଳ୍ପକେ ବର୍ତିଲେ ଗାଡି ଡ୍ରାଇଭର ଓ ଆଟେଣ୍ଡାଣ୍ଟ। ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ବଡକେରା ତୁମୁଣି ରଗୁଡ଼ିଆପଡା ନିକଟରେ ଘଟିଛି ଏହି ଦୁର୍ଘଟଣା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ମାତେଳିଆ ନାଳ ଉପରେ ଥିବା ପୋଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ୧୦୮ ଆମ୍ବୁଲାନ୍ସ ପୋଲ ତଳକୁ ଖସି ପଡିଥିଲା। ଏଥିରେ ଥିବା ୩ ଜଣ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ ହେଲେ ଡ୍ରାଇଭର ଯୁଧିଷ୍ଠିର ସନ୍ତେରିଆ, ଏମ୍‌ଟି ଜିତେନ୍ଦ୍ର ମୁଖୀ, ଆଟେଣ୍ଡାଣ୍ଟ ସୁନ୍ଦରମଣି ପ୍ରଧାନ। ସମ୍ବଲପୁର ଜିଲ୍ଲା ଧମା ସ୍ବାସ୍ଥ୍ୟକେନ୍ଦ୍ରରୁ ରୋଗୀ ନେଇ ଆମ୍ବୁଲାନ୍ସଟି କଟକ ବଡ଼ ମେଡିକାଲରେ ଛାଡି ଫେରୁଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details