ଓଡିଶା

odisha

ETV Bharat / state

ଅନୁଗୋଳ ପାଲଲହଡାରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ

ଜିଲ୍ଲାର ପାଲଲହଡା ଅଞ୍ଚଳରେ 102 ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଫଳରେ ଡ୍ରାଇଭରର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

By

Published : Nov 5, 2020, 3:27 PM IST

ଅନୁଗୋଳ ପାଲଲହଡାରେ ଆମ୍ବୁଲାନ୍ସ ଦୁର୍ଘଟଣା ଗସ୍ତ, ଡ୍ରାଇଭର ମୃତ
ଅନୁଗୋଳ ପାଲଲହଡାରେ ଆମ୍ବୁଲାନ୍ସ ଦୁର୍ଘଟଣା ଗସ୍ତ, ଡ୍ରାଇଭର ମୃତ

ଅନୁଗୋଳ: ଜିଲ୍ଲାର ପାଲଲହଡା ଥାନା ଅନ୍ତର୍ଗତ 49 ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ଗାଁ ନିକଟରେ ଦୁର୍ଘଟଣା । ଟ୍ରକ ସହ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ନିମିରିବେଡା ଗାଁର ବେଣୁଧର ବେହେରା ।

ଅନୁଗୋଳ ପାଲଲହଡାରେ ଆମ୍ବୁଲାନ୍ସ ଦୁର୍ଘଟଣା ଗସ୍ତ, ଡ୍ରାଇଭର ମୃତ

ତେବେ 102 ଆମ୍ବୁଲାନ୍ସଟି ପାଲଲହଡା ମେଡିକାଲରୁ ସକାଳ ସମୟରେ ରୋଗୀଙ୍କୁ ଆଣିବା ପାଇଁ ବାହାରି କନ୍ତଳା ଅଭିମୁଖେ ଯାଉଥିଲା। ପାଲଲହଡାରୁ 3 କିମି ଦୂର ମୁକ୍ତାପୁର ଗାଁ ନିକଟରେ ପୂର୍ବରୁ ଠିଆ ହୋଇଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରି ପାଲଲହଡା ଡାକ୍ତରଖାନା ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details