ଓଡିଶା

odisha

ETV Bharat / state

ବନ ବିଭାଗର ବୃକ୍ଷ ରୋପଣ ପ୍ରହସନ, ନର୍ସରିରେ ଚରା ହେଲାଣି ଗଛ - climate change

Corruption in tree plantation: ବନ ବିଭାଗର ଅବହେଲା ଯୋଗୁଁ ନର୍ସରିରେ ହଜାର ଜଜାର ଚାରା ବଡ଼ ଗଛରେ ପରିଣତ ହୋଇଛି ।ଏଠାରେ କାମ୍ପା ଯୋଜନାରେ ଚାରା କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଥିଲେ ମଧ୍ୟ ଏହାର ସୁଫଳ ମିଳିପାରୁ ନାହିଁ । ନା ଜଙ୍ଗଳ ସୃଷ୍ଟି ହେଉଛି ନା ଲୋକଙ୍କୁ ବଣ୍ଟା ଯାଇଛି । ହେଲେ ବନ ବିଭାଗ ପ୍ରତି ବର୍ଷ ଫଲ୍ସ ବିଲ୍ କରି କୋଟି କୋଟି ଠଙ୍କା ଚଳୁ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ବନ ବିଭାଗର ବୃକ୍ଷ ରୋପଣ ପ୍ରହସନ, ନର୍ସରିରେ ଚରା ହେଲାଣି ଗଛ
ବନ ବିଭାଗର ବୃକ୍ଷ ରୋପଣ ପ୍ରହସନ, ନର୍ସରିରେ ଚରା ହେଲାଣି ଗଛ

By ETV Bharat Odisha Team

Published : Dec 23, 2023, 8:36 PM IST

ବନ ବିଭାଗର ବୃକ୍ଷ ରୋପଣ ପ୍ରହସନ, ନର୍ସରିରେ ଚରା ହେଲାଣି ଗଛ

ଅନୁଗୋଳ: ପରିବେଶକୁ ସନ୍ତୁଳିତ କରିବା ପାଇଁ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ବେଶ ତତ୍ପର । ଏଥିପାଇଁ ସରକାର ମଧ୍ୟ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀମାନଙ୍କ ଇଛାଶକ୍ତି ଅଭାବ ଯୋଗୁଁ ସରକାରଙ୍କ ଯୋଜନା ସଫଳ ହୋଇପାରୁ ନଥିବାବେଳେ କୋଟି କୋଟି ଟଙ୍କା ପାଣିରେ ପଡୁଛି । ଏଭଳି ଉଦାହରଣ ଦେଖିବାକୁ ମିଳିଛି ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜରେ । କାମ୍ପା ଯୋଜନାରେ ବନ୍ତଳା ରେଞ୍ଜରେ ମଧ୍ୟ ୪ ରୁ ୫ଟି ସ୍ଥାନରେ ନର୍ସରୀ ପ୍ରସ୍ତୁତ କରାଯାଇ ଲକ୍ଷାଧିକ ଚାରା ଉତ୍ପାଦନ କରାଯାଇଥିଲା ।ତେବେ ଉତ୍ପାଦିତ ଚାରା କୌଣସି କାମରେ ଲାଗି ପାରିଲା ନାହିଁ ।

ଏହି ରେଞ୍ଜର ବାରଗୌଣିଆ ଠାରେ ଏକ ନର୍ସରୀରେ ପ୍ରାୟ ୭୦ହଜାର ଚାରା ଉତ୍ପାଦନ କରାଯାଇଥିଲା । ଏଥିରେ ଲିମ୍ବ, କରଞ୍ଜ, ବାଉଁଶ, ବେଲ, ଅସନ, ସିରିସ ସମେତ ବହୁ କିସମର ମୂଲ୍ୟବାନ ଚାରା ରହିଛି । ନର୍ସରୀ ପାଇଁ ଜଣେ ବ୍ୟକ୍ତିଙ୍କ ଜମିକୁ ମାସିକ ୯ହଜାର ଟଙ୍କାରେ ଜଙ୍ଗଲ ବିଭାଗ ନେଇଥିଲା । ଏହାସହ ୧୦ ରୁ ୧୫ ଜଣ ଶ୍ରମିକ ମାସିକ ୯ ହଜାର ଟଙ୍କା ଲେଖାଏଁ ମଜୁରୀ ଦିଆଯାଥିଲା । ଏହାଛଡା ମାଟି, ସାର, ଔଷଧ, ପଲିଥିନ ସମେତ ଅନ୍ୟାନ୍ୟ ଆବଶ୍ୟକ ଜିନିଷ କ୍ରୟ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଗତ ୨୦୨୧-୨୨ରେ ପ୍ରସ୍ତୁତ କରାଯାଇଥିବା ଏହି ଚାରା ଗୁଡିକ ଏବେ ବହୁତ ବଡ଼ ଗଛରେ ପରିଣତ ହେଲାଣି । ହେଲେ ଏହାର ସଠିକ ରକ୍ଷମା ବେକ୍ଷଣା କରାଯାଉନଥିବା ଅଭିଯୋଗ କରିଛନ୍ତି ଲୋକେ ।

ଏହା ମଧ୍ୟ ପଢନ୍ତୁ....ଶିଳ୍ପ ସମ୍ଭାର ଦୂର କରିବ ଅପନିନ୍ଦା, ବଦଳିବ କେନ୍ଦ୍ରାପଡ଼ାର ରୂପରେଖ

ତେବେ ଏହି ଘଟଣାକୁ ନେଇ ଆଇନଜୀବୀ ଚୌଧୁରୀ ପ୍ରଧାନ କହିଛନ୍ତି, ବନ ବିଭାଗ ଚାରା ରୋପଣ ନାଁରେ ସରକାରଙ୍କ କୋଟି କୋଟି ଟଙ୍କା ବିନିଯୋଗ କରାଯାଉଛି । କିନ୍ତୁ ସେହି ଅର୍ଥ ଓଡ଼ିଶାର ବିକାଶ ଧାରରେ ବିନିଯୋଗ ହୋଇପାରୁ ନାହିଁ । ଚାରାକୁ ଲୋକମାନଙ୍କୁ ବଣ୍ଟା ଯାଉନାହିଁ । ଏହାସହ ଜଙ୍ଗଲ ମଧ୍ୟ ସୃଷ୍ଟି କରାଯାଉ ନାହିଁ । ଚାରା ବଡ଼ ଗଛ ହୋଇ ନଷ୍ଠ ହେବାକୁ ଯାଉଛି ।ସେହି ଗଛକୁ ଦେଖାଇସ ବର୍ଷ ବର୍ଷ ଧରି ଫଲ୍ସ ବିଲ୍ କରି ବେଆନ୍ ଭାବରେ କୋଟି କୋଟି ଟଙ୍କା ଆତ୍ମସାତ କରୁଛି ବନ ବିଭାଗ ।"


ପ୍ରତିବର୍ଷ ବର୍ଷା ଋତୁରେ ବନ ସୁରକ୍ଷା ସପ୍ତାହରେ ବ୍ୟାପକ ଚାରା ରୋପଣ କରାଯାଏ । ବିଭିନ୍ନ ସରକାରୀ ଜମି, ଖେସଡା ଜଙ୍ଗଲ, ରାସ୍ତା ପାର୍ଶ୍ଵ, ପୋଖରୀ ହୁଡା ଆଦି ସ୍ଥାନରେ ବୃକ୍ଷ ରୋପଣ ହୁଏ । ଏହାସହ ଏକ ଟଙ୍କାରେ ସାଧାରଣ ଲୋକଙ୍କୁ ଚାରା ଯୋଗାଇ ବଣ୍ଟନ କରାଯାଇଥାଏ । କିନ୍ତୁ ବନ୍ତଳା ରେଞ୍ଜରେ ଲୋକଙ୍କୁ ଚାରା ବଣ୍ଟନ କରାଯାଇ ନଥିବା ଅଭିଯୋଗ ହେଉଛି ।

ଅନ୍ୟପଟେ ବିଭିନ୍ନ ରାସ୍ତା ପାର୍ଶ୍ଵରେ କେବଳ ଫଳକରେ ଚାରା ରୋପଣ କରାଯାଇଥିବା ଦେଖିବାକୁ ମଳିଛି । ତାହାଲେ ସାଧାରଣରେ ପ୍ରଶ୍ନ ଉଠିଛି ଯଦି ସେଭଳି କରା ଯାଇଛି ତେବେ ବାରଗୌଣିଆ ନର୍ସରୀରେ ହଜାର ହଜାର ସଂଖ୍ୟାରେ ଚାରା କାହିଁକି ଅବ୍ୟବହୃତ ହୋଇ ପଡି ରହିଛି ? ଅନ୍ୟ ପକ୍ଷରେ ଅନୁଗୋଳ ଡିଏଫଓ ଏନେଇ କ୍ୟାମେରା ଆଗରେ ପ୍ରତିକ୍ରିୟା ରଖିବା ପାଇଁ ସିଧାମନା କରିଥିଲେ । ହେଲେ ଚାରା ଗୁଡିକର ଯତ୍ନ ନିଆଯିବ ସହ କିଭଳି ବ୍ୟବହାର ହୋଇ ପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଇଟିଭି ଭାରତ , ଅନୁଗୋଳ

ABOUT THE AUTHOR

...view details