ଓଡିଶା

odisha

ETV Bharat / state

ଟ୍ରକ ଧକ୍କାରେ କୋଇଲା ଖଣିରେ ସୁରକ୍ଷାକର୍ମୀ ମୃତ, ଖଣି ବନ୍ଦ ଦାବି

ଅନ୍ୟମାନଙ୍କ ସୁରକ୍ଷା ଦାୟିତ୍ବରେ ଥିଲେ । ରାତି ଅନିଦ୍ରା ରହି ଜଗିଥିଲେ କୋଇଲା ଖଣି । ହେଲେ ଟ୍ରକ ଧକ୍କାରେ ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ଅନୁଗୋଳ ତାଳଚେର ବଳରାମ କୋଇଲା ଖଣିରେ ।

By

Published : May 28, 2019, 9:31 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ

ଅନୁଗୋଳ: କୋଇଲା ଖଣିରେ ଦୁର୍ଘଟଣା । ଟ୍ରକ ଧକ୍କାରେ ଜୀବନ ହାରିଲେ ସୁରକ୍ଷାକର୍ମୀ । ଅନୁଗୋଳ ଜିଲ୍ଲା ତାଳଚେର ବଳରାମ କୋଇଲା ଖଣିରେ ଘଟିଛି ଏହି ଦୁର୍ଘଟଣା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ

ସୋମବାର ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ମୃତକ ଜଣକ କଳମଛୁଇଁ ଗ୍ରାମର କୈଳାସ ଚନ୍ଦ୍ର ମହାରଣା ବୋଲି ଜଣାପଡିଛି । ରାତିରେ କାର୍ଯ୍ୟ କରୁଥିବା ସମୟରେ ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ମୃତଦେହ ରଖି ଖଣି ବନ୍ଦ ଆନ୍ଦୋଳନ ହୋଇଥିବା ସୂଚନା ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details