ଓଡିଶା

odisha

ETV Bharat / state

ପୋଖରୀରେ ବୁଡି ଯୁବକ ମୃତ

ଗାଧେଇବାକୁ ଯାଇ ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । ମୃତକ ଜଣକ ଅନୁଗୋଳ ଅଙ୍ଗାରନ୍ଧ ଗାଁର ଗୋପାଳ ଚନ୍ଦ୍ର ସାହୁ ।

By

Published : Aug 25, 2019, 2:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଜିଲ୍ଲାର ଅଙ୍ଗାରବନ୍ଧ ଗାଁରେ ଅଘଟଣ । ଗାଧେଇବାକୁ ଯାଇ ପୋଖରୀର ବୁଡି ଯୁବକଙ୍କ ମୃତ୍ୟୁ। ସବୁ ଦିନ ପରି ଆଜି ମଧ୍ୟ ଗାଁର ଗୋପାଳ ଚନ୍ଦ୍ର ସାହୁ ବଡ ବନ୍ଧକୁ ଗୋଧେଇବାକୁ ଯାଇଥିଲେ । କିନ୍ତୁ ଗାଧେଇବା ସମୟରେ ହଠାତ ଗୋପାଳ ବୁଡି ଯାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସେପଟେ, ବନ୍ଧର ଅପରପାର୍ଶ୍ବରେ ଗାଧୋଉଥିବା ଜଣେ ବ୍ୟକ୍ତି ଗୋପାଳଙ୍କୁ ବୁଡିବାର ଦେଖି ଅନ୍ୟମାନଙ୍କୁ ଡାକରା ଦେଇଥିଲେ । ଏହା ପରେ ସ୍ଥାନୀୟବାସୀଙ୍କ ସହାୟତାରେ ଉଦ୍ଧାର କରାଯିବା ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details