ଓଡିଶା

odisha

ETV Bharat / state

ବିଲହୁଡାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବୁଧବାର ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର କୁଶକିଲା ଗାଁ କେନ୍ଦୁଢିପ ବିଲମାଲ ହୁଡା ଉପରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ମୃତକ ଜଣକ ଉକ୍ତ ଗାଁର ବୁଧୁ ନାଏକ ବୋଲି ଜଣାପଡିଛି ।

By

Published : Feb 6, 2019, 1:02 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ବୁଧବାର ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର କୁଶକିଲା ଗାଁ କେନ୍ଦୁଢିପ ବିଲମାଲ ହୁଡା ଉପରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ମୃତକ ଜଣକ ଉକ୍ତ ଗାଁର ବୁଧୁ ନାଏକ ବୋଲି ଜଣାପଡିଛି । ତେବେ ମୃତକଙ୍କ ଶରୀରରେ ଥିବା କ୍ଷତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।
ମଙ୍ଗଳବାର ସନ୍ଧ୍ୟାରେ ବୁଧୁ ଖାଇ ସାରି ଘରୁ କେଉଁ ଆଡେ ଚାଲି ଯାଇଥିଲେ । ବୁଧବାର ସକାଳେ କେନ୍ଦୁଢିପ ବିଲମାଲର ଏକ ହୁଡା ଉପରେ ତାଙ୍କ ମୃତଦେହ ପଡିଥିବା ନେଇ ଛୋଟ ପିଲାମାନେ ଦେଖିବା ପରେ ଗାଁରେ ଖବର ଦେଇଥିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟି ବୁଧୁଙ୍କର ବୋଲି ଜାଣି ତାଙ୍କ ପରିବାରକୁ ଖବର ଦେଇଥିଲେ । ବୁଧୁଙ୍କ ବେକରେ ମାଡର ଦାଗ ରହିଛି। ତାଙ୍କ ନାକ ଓ ପାଟିରୁ ଖାଦ୍ୟ ବାହାରିଥିବା ଦେଖିବାକୁ ମିଳିଛି ।

ବୁଧୁଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ କରି ପରିବାର ପକ୍ଷରୁ ଜରପଡା ଥାନାରେ ଏତଲା ଦାଖଲ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ନ୍ୟୁଜ

ABOUT THE AUTHOR

...view details