ଓଡିଶା

odisha

ETV Bharat / state

ଅନୁଗୋଳର ୨ ସହରରେ ତିନିଦିନିଆ ସଟଡାଉନ - hutdown has announced in two cities in Anugul district

ଅନୁଗୋଳ ଜିଲ୍ଲାରେ ମଧ୍ୟ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନଜରରେ ରଖି ଜିଲ୍ଲାର ଦୁଇଟି ପୌରାଞ୍ଚଳ ତାଳଚେର ଓ ଅନୁଗୋଳକୁ ଆଜିଠାରୁ(ଶୁକ୍ରବାର) ତିନିଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି।

୨ ସହରରେ ତିନିଦିନିଆ ସଟଡାଉନ
୨ ସହରରେ ତିନିଦିନିଆ ସଟଡାଉନ

By

Published : Apr 23, 2021, 2:29 PM IST

ଅନୁଗୋଳ: ରାଜ୍ୟରେ ଗମ୍ଭୀର ହେବାରେ ଲାଗିଛି କୋରୋନା ସ୍ଥିତି । ଅନୁଗୋଳ ଜିଲ୍ଲାରେ ମଧ୍ୟ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନଜରରେ ରଖି ଜିଲ୍ଲାର ଦୁଇଟି ପୌରାଞ୍ଚଳ ତାଳଚେର ଓ ଅନୁଗୋଳକୁ ଆଜିଠାରୁ(ଶୁକ୍ରବାର) ତିନିଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି।

୨ ସହରରେ ତିନିଦିନିଆ ସଟଡାଉନ

ତିନିଦିନିଆ ଅନୁଗୋଳ ଜିଲ୍ଲାରେ ସଟଡାଉନ । ଜିଲ୍ଲାର ଦୁଇଟି ପୌରପାଳିକାକୁ ସଟଡାଉନ କରିଛି ଜିଲ୍ଲା ପ୍ରଶାଶନ । କେବଳ ଔଷଧ ଓ କ୍ଷୀରକୁ ଛାଡିଦେଲେ ବାକି ସବୁ ଦୋକାନ ବଜାର ବନ୍ଦ ରହିଛି। ଯାନବାହନ ଚଳାଚଳକୁ ଏହି ସଟଡାଉନରୁ ବାଦ ଦିଆଯାଇଛି ।

ପୌରାଞ୍ଚଳରେ ଦୁଇଟିରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । କେବଳ ତାଳଚେର ପୌରାଞ୍ଚଳରୁ ଦୈନିକ ହାରାହାରି ୨୦ରୁ ୨୫ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ୩ଦିନରେ ୭୦ରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ସେଥିମଧ୍ୟରୁ ୧୩ନଂ ୱାର୍ଡ ନବମିଶ୍ର କଲୋନୀରୁ ୩୬ରୁ ଅଧିକ ଚିହ୍ନଟ ହେବାପରେ ପୌର ପ୍ରଶାସନ ଏହି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ସେହିପରି ଅନୁଗୋଳ ପୋରା ଅଞ୍ଚଳରେରେ ମଧ୍ୟ ସ୍ଥିତି ସମାନ ରହିଛି। ଯାହାପାଇଁ ଏଭଳି ଠୋସ ପଦକ୍ଷେପ ନିଆଯାଇଛି।

ଶୁକ୍ରବାର ଆରମ୍ଭ ହୋଇଥିବା ସଟଡାଉନ ସୋମବାର ଶେଷ ହେବ । ଯଦି ସହରରେ ଭିଡ କମେ ତେବେ ସଂକ୍ରମଣର ଚେନକୁ ଭଙ୍ଗା ଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ଅନୁମାନ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details