ଓଡିଶା

odisha

ETV Bharat / state

ଶିକ୍ଷକଙ୍କ ବେଆଇନ କାଠ ବେପାର, ଚଢ଼ାଉବେଳେ ଜବତ ହେଲା ମୂଲ୍ୟବାନ କାଠ

ଶିକ୍ଷକ ଚଳାଉଥିଲେ କାଠ ବେପାର । ଘରେ ଚାଲିଥିଲା ବେଆଇନ କାଠ ମିଲ୍‌ । ବନ ବିଭାଗର ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର କାଠ ଜବତ କରିବା ସହ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଅଧିକ ପଢ଼ନ୍ତୁ...

ଶିକ୍ଷକଙ୍କ ବେଆଇନ କାଠ ବେପାର, ଚଢ଼ାଉ ବେଳେ ଜବତ ହେଲା ମୂଲ୍ୟବାନ କାଠ
ଶିକ୍ଷକଙ୍କ ବେଆଇନ କାଠ ବେପାର, ଚଢ଼ାଉ ବେଳେ ଜବତ ହେଲା ମୂଲ୍ୟବାନ କାଠ

By

Published : Nov 4, 2021, 6:12 PM IST

ଅନୁଗୋଳ:ଘର ଭିତରେ ବେଆଇନ କାଠ ମିଲ୍‌ ଚଳାଉଥିଲେ ଶିକ୍ଷକ । ଚଢ଼ାଉ କରି କାଠ ମିଲ୍‌ ବନ୍ଦ କରିବା ସହ ଶିକ୍ଷକଙ୍କୁ ଗିରଫ କଲା ବନ ବିଭାଗ । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଭାଗଲାକଟା ଗ୍ରାମରେ ଜଣେ ଶିକ୍ଷକ ଏଭଳି ବେଆଇନ କାଠ ମିଲ କାରବାରରେ ଲିପ୍ତ ଥିବା ନେଇ ବନ ବିଭାଗ ସୂଚନା ପାଇଥିଲା । ଏହାପରେ ଯୋଜନା ମୁତାବକ ବନବିଭାଗ କାଠ ମିଲ୍‌ ଉପରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ଶାଗୁଆନକାଠ ପଟା ଓ କାଠ ଗଣ୍ତି ଜବତ କରିବା ସହ ମିଲ ମାଲିକଙ୍କୁ ଗିରଫ କରିଛି ।

ଶିକ୍ଷକଙ୍କ ବେଆଇନ କାଠ ବେପାର, ଚଢ଼ାଉ ବେଳେ ଜବତ ହେଲା ମୂଲ୍ୟବାନ କାଠ

ଗିରଫ ଅଭିଯୁକ୍ତ ଜଣକ ଭାଗଲାକଟା ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ବୋଲି ଜଣା ପଡ଼ିଥିବାବେଳେ ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ । କୃଷ୍ଣଚନ୍ଦ୍ର ନିଜ ଘରେ ଅନେକ ଦିନ ହେବ ବେଆଇନ ଭାବେ ଏହି କାଠ ମିଲ୍‌ ଚଳାଇ ଆସୁଥିଲେ । ଆଜି ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇ ତାଙ୍କ ଘରେ ଚଢାଉ କରି ୫୦ରୁ ଅଧିକ ଶାଗୁଆନ୍ କାଠ ପଟା ସହିତ କାଠଗଣ୍ତି ଓ ମିଲରେ ବ୍ୟବହାର ହେଉଥିବା ଯନ୍ତ୍ରପାତି ଜବତ କରିଛି । ଏହା ସହିତ କୃଷ୍ଣଚନ୍ଦ୍ରଙ୍କୁ ଗିରଫ ମଧ୍ୟ କରିଛି ବନ ବିଭାଗ ।

ଜବତ କାଠର ସରକାରୀ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢ଼ାଉ ସମୟରେ ବନବିଭାଗ ସହ ପୋଲିସ କର୍ମଚାରୀମାନେ ସାମିଲ ରହିଥିଲେ । ଏହି କାଠ ସବୁ କୃଷ୍ଣଚନ୍ଦ୍ର କେଉଁଠୁ ଆଣୁଥିଲେ ଓ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ରହିଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details