ଅନୁଗୋଳ: ଜିଲ୍ଲାରୁ ମଙ୍ଗଳବାର ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୭୭କୁ ମିଶାଇ ଜିଲ୍ଲାର ପଜିଟିଭ ସଂଖ୍ୟା ୧୩୯୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ସର୍ବାଧିକ ୧୮ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୪ଜଣ ପୁରୁଷ ଓ ୪ ଜଣ ମହିଳା ଥିବା ଜିଲା ସୂଚନା ଲୋକ ସମ୍ପକ ବିଭଗ ପକ୍ଷରୁ ଜାରି ପ୍ରେସ ବିବୃତି ରେ ସୂଚନା ଦିଆଯାଇଛି ।
ସେହିପରି ଅନୁଗୋଳ ଓ ତାଳଚେର ବ୍ଳକ୍ ଅଞ୍ଚଳରୁ ୧୦ ଲେଖାଏଁ ପଯେଟିଭ ଚିହ୍ନଟ ହୋଇଥିବା ସୁଚନା ରେ ରହିଛି । ଅନ୍ୟପଟେ ଆଠମଲ୍ଲିକ ଓ ଛେଣ୍ଡିପଦା ଅଞ୍ଚଳରୁ ୯ ଜଣ ଲେଖାଏଁ ଆକ୍ରାନ୍ତ ହୋଇଥିବା ପ୍ରାସାସନ ସୂଚନା ଦେଇଛି । କଣିହାଁ ବ୍ଳକ୍ ଅଞ୍ଚଳରୁ ୮ଜଣ ତାଳଚେର ପୌରାଞ୍ଚଳରୁ ୬ ଜଣ ଓ ଅନୁଗୋଳ ପୌରାଞ୍ଚଳର ସମସ୍ତ ୪ ଜଣ ଆକ୍ରାନ୍ତ ଥିବା ସୂଚନା ରହିଛି ।