ଅନୁଗୋଳ: ଜିଲ୍ଲାର କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ଶନିବାର ୫୬ଜଣ ପ୍ରବାସୀ ଶ୍ରମିକ ନିଜନିଜ ଘରକୁ ଫେରିଛନ୍ତି । ସେମାନେ ଗୁଜରାଟ, ତାମିଲନାଡୁ ଓ ଅନ୍ୟ ବାହାର ରାଜ୍ୟରୁ ଆସି ଏଠାରେ ରହିଥିଲେ ।
ବଜ୍ରକୋଟ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଫେରିଲେ 56 ପ୍ରବାସୀ
ସଙ୍ଗରୋଧ କେନ୍ଦ୍ରରୁ ଶନିବାର ୫୬ଜଣ ପ୍ରବାସୀ ଶ୍ରମିକ ନିଜନିଜ ଘରକୁ ଫେରିଛନ୍ତି । ସେମାନେ ଗୁଜରାଟ, ତାମିଲନାଡୁ ଓ ଅନ୍ୟ ବାହାର ରାଜ୍ୟରୁ ଆସି ଏଠାରେ ରହିଥିଲେ । ଅଧିକ ପଢ଼ନ୍ତୁ...
ସେମାନଙ୍କ ରହଣି ସମୟରେ ସମସ୍ତ ପ୍ରକାର ସରକାରୀ କଟକଣା ମାନିଥିଲେ । ସରପଞ୍ଚ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ନିର୍ଦ୍ଦେଶ ଅନୁସାରେ ସାମାଜିକ ଦୂରତା ମାନିବା, ନିୟମିତ ହାତ ଧୋଇବା ସହ ସଙ୍ଗରୋଧ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଶନିବାର ସେମାନେ ସଙ୍ଗରୋଧ ଶେଷ କରି ନିଜ ନିଜ ଘରକୁ ଯାଇଥିଲେ । ସେମାନଙ୍କୁ ସଂଘରୋଧରେ ରହିଥିବା ଅନ୍ୟ ପ୍ରବାସୀ, ଗ୍ରାମବାସୀ ତାଳି ମାରି ବିଦାୟ ଦେଇଥିଲେ । ପ୍ରବାସୀ ମାନେ ମଧ୍ୟ ସ୍ଥାନୀୟ ସରପଞ୍ଚଙ୍କ ବ୍ୟବସ୍ଥା ଓ ସେମାନଙ୍କ ପ୍ରତି ବ୍ୟବହାରକୁ ଖୁବ ପ୍ରସଂଶା କରିଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ