ଓଡିଶା

odisha

ETV Bharat / state

'ଗାଁରେ ଥିବା ସମସ୍ତ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିବି'

ବିଜେଡ଼ି ସାଂସଦ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଚଳିତ ନିର୍ବାଚନରେ ଜିତିଲେ ସଂସଦୀୟ କ୍ଷେତ୍ରରେ ଆସୁଥିବା ସମସ୍ତ ସାତଟି ବିଧାନସଭା କ୍ଷେତ୍ରରେ ସମସ୍ତ ବାକିଥିବା କାମକୁ ସେ ପୂରଣ କରିବେ ବୋଲି ନିଜ ମତ ରଖିଛନ୍ତି ।

By

Published : Apr 13, 2019, 9:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଚଳିତ ବର୍ଷ ନିର୍ବାଚନରେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ସାଂସଦ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଛିଡା ହୋଇଛନ୍ତି । ଇଟିଭି ଭାରତର '5ଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ନଳିନୀକାନ୍ତ ଯୋଗ ଦେଇ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ


ମୌଳିକ ସୁବିଧା ସମସ୍ତଙ୍କ ନିକଟରେ ପହଞ୍ଚାଇବା ତାଙ୍କର ପ୍ରଥମ ପ୍ରାଥମିକତା ରହିବ ବୋଲି ସେ କହିଛନ୍ତି । ଆସନ୍ତୁ ଆମ ସହିତ ମିଳିମିଶି କାମ କରିବା ସ୍ଲୋଗାନ୍‌ ନେଇ ନିର୍ବାଚନକୁ ଓହ୍ଲାଇଛନ୍ତି ବିଜେଡ଼ି ସାଂସଦ ପ୍ରାର୍ଥୀ ନଳିନୀକାନ୍ତ ।


ନିର୍ବାଚନରେ ଜୟଯୁକ୍ତ ହେଲେ ସମସ୍ତ ଗାଁରେ ଥିବା ଅସୁବିଧାକୁ ଅନୁଧ୍ୟାନ କରି ଦୂର କରିବେ ବୋଲି ମଧ୍ୟ ସେ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details