ଅନୁଗୋଳ: ଜିଲ୍ଲାରେ ବଢି ଚାଲିଥିବା କୋରୋନା ସଂକ୍ରମଣ ରୋକିବାକୁ ଜୋନ-୨ରେ ଅନୁଗୋଳ ଜିଲାକୁ ମଧ୍ୟ ସଟଡାଉନ ପାଇଁ ଘୋଷଣା କରାଯାଇଛି । ଜିଲ୍ଲାରେ ଲାଗୁ ହୋଇଥିବା 48 ଘଣ୍ଟିଆ ସଟଡାଉନ ପ୍ରଭାବ ରବିବାର ମଧ୍ୟ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିଛି । କେବଳ ଔଷଧ ଦୋକାନକୁ ଛାଡି ସବୁ କିଛି ବନ୍ଦ ରହିଛି । ଅତି ଆବଶ୍ୟକ ନଥଲେ ଲୋକେ ବହାରକୁ ବାହାରୁ ନାହାନ୍ତି ।
ଗତ 2 ଦିନ ମଧ୍ୟରେ ଜିଲ୍ଲାରେ 34 ପଜିଟିଭ ଚିହ୍ନଟ ପରେ ଏହା ପ୍ରାଶାସନ ଚିନ୍ତା ବଢ଼ିଛି । ବିଶେଷ କରି ଶନିବାର ଜିଲ୍ଲାର ଏକ ଶିଳ୍ପାଞ୍ଚଳରେ ପୁଣି 6 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଉଭୟ ଶିଳ୍ପାଞ୍ଚଳ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ପଲଟିଛି ।