ଓଡିଶା

odisha

ETV Bharat / state

କୃମି ଔଷଧ ଖାଇ ୨୬ ଛାତ୍ରଛାତ୍ରୀ ଅସୁସ୍ଥ - କୃମି ଔଷଧ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ସାମୁହିକ କୃମି ଔଷଧ ସେବନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ତେବେ ଏହି ଔଷଧ ଖାଇବା ପରେ 26 ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Aug 8, 2019, 9:14 PM IST

ଅନୁଗୋଳ: ଜିଲ୍ଲାର ଛେଣ୍ଡିପଦା ବ୍ଲକ ବାଲିପଟା ରଥସାହି ପ୍ରାଥମିକ ବିଦ୍ୟାଳୟରେ କୃମି ଔଷଧ ଖାଇ ୨୬ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ। ସ୍କୁଲରେ ବଣ୍ଟାଯାଇଥିବା କୃମି ଔଷଧ ଖାଇବା ପରେ ପିଲାଙ୍କ ମୁଣ୍ଡ ବୁଲାଇବା ସହ କେତେକଙ୍କୁ ବାନ୍ତି ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏହା ଦେଖି ତୁରନ୍ତ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡିଛି । ସୂଚନା ଥାଉକି ଗୁରୁବାର ଛେଣ୍ଡିପଦା ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ସାମୁହିକ କୃମି ଔଷଧ ସେବନ ପାଇଁ ପୂର୍ବରୁ ପରାମର୍ଶ ଦିଆଯାଇଥିଲା ।

ଏଥିପାଇଁ ପ୍ରତ୍ୟକ ବିଦ୍ୟାଳୟର ଜଣେ ଲେଖାଏଁ ଶିକ୍ଷକଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଲିମ ଦିଆଯାଇଥିଲା । ସେମାନଙ୍କ ପରାମର୍ଶ ପରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ କୃମି ଔଷଧ ଦିଆଯାଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details