ଓଡିଶା

odisha

ETV Bharat / state

ଛେଳିଚରାକୁ ନେଇ ତୀରମାଡ, ଜଣେ ଗୁରୁତର

ଛେଳି ଚରାକୁ ନେଇ ଦୁଇ ଜଣଙ୍କ ଭିତରେ ଗଣ୍ଡଗୋଳ । ତୀର ମାଡରେ 1 ଗୁରୁତର । ଅନୁଗୋଳ ପାଲଲହଡା କଦଳିବାରରେ ଘଟିଛି ଘଟଣା ।

By

Published : Jun 7, 2019, 10:37 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ

ଅନୁଗୋଳ: ଛେଳିଚରାକୁ ନେଇ ଗଣ୍ଡଗୋଳ ଓ ତୀରମାଡ । ତୀର ମାଡରେ ଜଣେ ଗୁରୁତର । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ପାଲଲହାଡ଼ା ଥାନା କଦଳିବାରି ଗାଁରେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ

ଛେଳିଚରାକୁ କେନ୍ଦ୍ର କରି ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଫଳରେ ମୋହରା ବଦ୍ରା ନାମକ ଜଣେ ବ୍ୟକ୍ତିର ତୀର ମାଡରେ ଚନ୍ଦ୍ରମଣି ଗୁବେ ଗୁରୁତର ଆହତ ହୋଇଛନ୍ତି ।

ତାଙ୍କ ଡାହାଣ ହାତରେ ତୀର ପଶି ରହିଛି । ତାଙ୍କୁ ତୁରନ୍ତ ପାଲଲହାଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମୋହରା ବଦ୍ରା ଫେରାର ହୋଇ ଯାଇଛି।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details