ଓଡିଶା

odisha

ETV Bharat / sports

Tokyo Olympics: କୋଭିଡ ଆକ୍ରାନ୍ତ ହେଲେ କଣ କରିବେ ଭାରତୀୟ ଆଥଲେଟ ? - ଟୋକିଓ ଅଲମ୍ପିକ

Tokyo Olympics ରେ ଯଦି ଭାରତୀୟ ଆଥଲେଟ କୋରୋନାରେ ଆକ୍ରାନ୍ତ ହୁଅନ୍ତି, ତେବେ କଣ କରିବେ ସେନେଇ ସୂଚନା ଦେଇଛନ୍ତି IOA ଯୁଗ୍ମ ସମ୍ପାଦକ । ଅଧିକ ପଢ଼ନ୍ତୁ...

what if an Indian athlete tests covid positive, indian olympic association, IOA joint secretary, namdev Shirgaonkar,  IOA joint secretary explains action plans, Tokyo Olympics, କୋଭିଡ ଆକ୍ରାନ୍ତ ହେଲେ କଣ କରିବେ ଭାରତୀୟ ଆଥଲେଟ, ଭାରତୀୟ ଆଥଲେଟ, ଟୋକିଓ ଅଲମ୍ପିକ,  IOA ଯୁଗ୍ମ ସମ୍ପାଦକ
Tokyo Olympics: କୋଭିଡ ଆକ୍ରାନ୍ତ ହେଲେ କଣ କରିବେ ଭାରତୀୟ ଆଥଲେଟ ?

By

Published : Jul 26, 2021, 7:06 PM IST

ନୂଆଦିଲ୍ଲୀ: କୋଭିଡ ମହାମାରୀର ପ୍ରକୋପ Tokyo Olympics ରେ ବଢ଼ୁଥିବାବେଳେ ସେଠାରେ ଥିବା ଭାରତୀୟ ଦଳ ତଥା ଅନ୍ୟ ଆଥଲେଟଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ନେଇ ହେଉଛି ଚର୍ଚ୍ଚା ।

ଭାରତ ପକ୍ଷରୁ ୧୨୭ ଆଥଲେଟ (ସଂରକ୍ଷିତ ଆଥଲେଟଙ୍କୁ ମିଶାଇ) ଟୋକିଓ ଯାତ୍ରା କରିଛନ୍ତି, ଯାହାକି ଆଜି ପର୍ଯ୍ୟନ୍ତର ସବୁଠାରୁ ବଡ଼ ଦଳ । ତେବେ ନିଜ ନିଜ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ପ୍ରତ୍ୟେକ ଫେଡେରେଶନ ଓ ଆସୋସିଏସନ ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି ।

କିନ୍ତୁ ଯଦି ଜଣେ ଭାରତୀୟ ଆଥଲେଟ ଅଲମ୍ପିକ ସମୟରେ କୋରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ କ’ଣ ହେବ ?

ଭାରତୀୟ ଅଲମ୍ପିକ ସଙ୍ଘ (IOA) ଯୁଗ୍ମ ସମ୍ପାଦକ ନାମଦେବ ଶିରଗାଓଁକର ଏନେଇ ସେମାନଙ୍କ ଯୋଜନା ବିଷୟରେ ସୂଚନା ଦେଇଛନ୍ତି ।

କ୍ରୀଡ଼ା ଗ୍ରାମରେ ଥିବା ଆଥଲେଟଙ୍କୁ ବାର୍ତ୍ତା ଦେଇ ନାମଦେବ କହିଛନ୍ତି ଯେ, ‘‘ଆମେ ଲକ୍‌ଡାଉନ, ସଟଡାଉନ ସହ ଅନେକ କଷ୍ଟସାଧ୍ୟ ପରିସ୍ଥିତି ଦେଇ ଗତି କରିଛୁ କିନ୍ତୁ ବର୍ତ୍ତମାନ ଆପଣ ମାନଙ୍କୁ ନିଜର ସ୍ବପ୍ନ ସାକାର କରିବାକୁ ସୁଯୋଗ ମିଳିଛି । ଆୟୋଜକଙ୍କ ଦ୍ବାରା ଦିଆଯାଇଥିବା ସମସ୍ତ ନିୟମର ଅନୁପାଳନ କରନ୍ତୁ, ଆପଣଙ୍କୁ ପ୍ରତି କ୍ଷଣରେ ସାହାଯ୍ୟ କରିବା ପାଇଁ ଅଧିକାରୀମାନେ ରହିଛନ୍ତି । ସାମାଜିକ ଦୂରତା ଅବଲମ୍ବନ କରନ୍ତୁ, ଯଦି ଏହା କଣ୍ଟାକ୍ଟ ସ୍ପୋର୍ଟ ବା ଛୁଇଁବାକୁ ହେଉଥିବା ଖେଳ ନୁହେଁ । ନିଜର ପ୍ରଦର୍ଶନରେ ଧ୍ୟାନ ଦିଅନ୍ତୁ, କୌଣସି ବି ଜିନିଷକୁ ନିଜ ରାସ୍ତାରେ ଆସିବାକୁ ଦିଅନ୍ତୁ ନାହିଁ ।’’

‘‘ନିୟମ ଗୁଡ଼ିକ ଶକ୍ତ ଏବଂ ନିୟମକୁ ହାଲୁକା ଭାବରେ ନେଲେ କଣ ପରିଣାମ ହେବ ତାହା ଆପଣ ଜାଣିବା ଦରକାର । ଆପଣ କେବେ ଚାହିଁବେ ନାହିଁ ଯେ ଆପଣ ନିଜ ସହ ପୁରା ଦଳ ପାଇଁ ଉତ୍ତରଦାୟୀ ହେବ । ସମସ୍ତ ବ୍ୟବସ୍ଥାର ଧ୍ୟାନ ରଖାଯାଇଛି । ସବୁଠାରୁ ଜରୁରୀ ହେଉଛି ଦଳରେ ଜଣେ ଡାକ୍ତରଙ୍କୁ ରଖାଯାଇଛି । ଯଦି ଆପଣଙ୍କୁ ସ୍ବଳ୍ପ ମାତ୍ରାରେ ବି ଅସୁସ୍ଥତା ଅନୁଭବ ହୁଏ ଆପଣ ତାଙ୍କୁ ଦେଖା କରନ୍ତୁ । ପ୍ରଦର୍ଶନ ଅତ୍ୟନ୍ତ ଜରୁରୀ ଅଟେ । ଆମେ କୋଭିଡ ମହାମାରୀ ସମୟରେ ରହିଛୁ, ଯାହାକୁ ଏଡ଼ାଇ ହେବା ନାହିଁ, କିନ୍ତୁ ନିୟମ ମାନି ଏହାକୁ ଆୟତ୍ତ କରିହେବ’’ ବୋଲି ନାମଦେବ କହିଛନ୍ତି ।

ଯଦି ଜଣେ ଭାରତୀୟେ ଖେଳାଳି କୋଭିଡରେ ଆକ୍ରାନ୍ତ ହୁଅନ୍ତି ତେବେ ସେ କଣ କରିବେ ସେନେଇ ମଧ୍ୟ ସୂଚନା ଦେଇଛନ୍ତି IOA ଯୁଗ୍ମ ସମ୍ପାଦକ।

ସେ କହିଛନ୍ତି ଯେ, ‘‘ଆକ୍ରାନ୍ତ ହେବା ପରେ ଭାରତୀୟ ଦଳର ମ୍ୟାନେଜମେଣ୍ଟକୁ ସୂଚନା ଦିଅନ୍ତୁ ଏବଂ ମ୍ୟାନେଜମେଣ୍ଟ ଏନେଇ ଦାୟିତ୍ବରେ ଥିବା ପ୍ରାଧିକରଣକୁ ସୂଚନା ଦେବେ । ଏହି ସମୟରେ ଅତ୍ୟନ୍ତ କଡ଼ା ନିୟମ ରହିଛି ଯାହାକୁ ପାଳନ କରିବାକୁ ହୁଏ । ତେଣୁ ମୁଁ ସଭିଙ୍କୁ ସ୍ପଷ୍ଟ ଓ କଠୋର ଭାବେ କହିବାକୁ ଚାହେଁ ଯେ କୌଣସି ଅତିରିକ୍ତ ନିୟମ କିମ୍ବା ଯୋଜନା କରନ୍ତୁ ନାହିଁ ଯାହା ଦ୍ବାରା ନିୟମ ଉଲଙ୍ଘନ ହେବ । ଆମେ ଆମ ନିୟମ ଅନୁସାରେ ଯିବା ନାହିଁ କାରଣ ସେଠାରେ ସମସ୍ତ ଜିନିଷ ପୂର୍ବ ନିର୍ଦ୍ଧାରିତ ହୋଇ ରହିଛି ।’’

‘‘ଅଲମ୍ପିକ ଗ୍ରାମକୁ ନିୟମରେ ବନ୍ଧା ଏକ ସ୍ଥାନ ଭାବନ୍ତୁ । ପୁଣି ଥରେ ଖେଳାଳିଙ୍କୁ କହିବି ଯେ କଣ ନିୟମ ରହିଛି ବୁଝନ୍ତୁ ଏବଂ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ କାରଣ ଏହା ଆପଣଙ୍କ ସହ ପୁରା ଦଳରେ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ଓ ଅନ୍ୟ ଆଥଲେଟଙ୍କ କ୍ୟାରିଅର ଉପରେ ମଧ୍ୟ । ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ଆମେ ଗତ ଦୁଇବର୍ଷ ଧରି ଯେଉଁ ନିୟମ ପାଳନ କରୁଛୁ ତାକୁ ଭଲ ଭାବେ ଜାଣୁ । ଯାହା ଆମ ପାଇଁ କୋରୋନାକୁ ହରାଇବାରେ ଏକ ବଡ଼ ଅସ୍ତ୍ର ହେବ । ଆଥଲେଟ ମାନେ ସମସ୍ତ ନିୟମକୁ ପଢ଼ନ୍ତୁ । ଜଣେ ଖଡ୍ଗଯୋଦ୍ଧା ଭାବେ ମୁଁ ଖେଳର ଟେକନିକକୁ ଜୀବନରେ ମଧ୍ୟ ପାଳନ କରେ । ପ୍ରଥମେ ଡିଫେଣ୍ଡ କରନ୍ତୁ ତାପରେ ଆପଣ ଆରାମରେ ଆଟାକ କରି ପାରିବେ ।’’

ପିଭି ସିନ୍ଧୁ ଓ ମେରୀ କମ୍‌ଙ୍କ ଉପରେ ପଦକ ଆଶା ରହିଛି ବୋଲି କହିଛନ୍ତି ନାମଦେବ । ‘‘ଉଭୟ ଖେଳାଳି ପଦକ ଜିତିବାରେ ସକ୍ଷମ । ସିନ୍ଧୁଙ୍କୁ ମୁଁ ଫାଇନାଲରେ ଖେଳୁଥିବାର ଦେଖିଛି ଏବଂ ତାଙ୍କର ଯୋଗ୍ୟତା ବିଷୟରେ ମୁଁ ଜାଣେ । ସେ ତାଙ୍କ ପଦକକୁ ସ୍ବର୍ଣ୍ଣରେ ପରିବର୍ତ୍ତିତ କରିବାରେ ସକ୍ଷମ, ଯାହା ଉପରେ ଆମର ମଧ୍ୟ ନଜର ରହିବ । ଆଉ ମେରୀ କମ୍‌ ହେଉଛନ୍ତି ଜଣେ ମହାନ ଆଥଲେଟ ଏବଂ ସେ ଯାହା ସଫଳତା ପାଇବାକୁ ଚାହିଁବେ ପାଇବେ ଓ ତାଙ୍କ ପୂର୍ବ ଥର ପଦକର ରଙ୍ଗ ମଧ୍ୟ ବଦଳାଇ ପାରିବେ ।

ABOUT THE AUTHOR

...view details