ଓଡିଶା

odisha

ETV Bharat / sports

Tokyo Olympics: ବ୍ରୋଞ୍ଜ ପଦକ ମ୍ୟାଚରେ କଣ କରିବେ ଭାରତୀୟ ପୁରୁଷ ହକି ଟିମ - ଟୋକିଓ ଅଲମ୍ପିକ ହକି ନ୍ୟୁଜ

ସେମିଫାଇନାଲରେ ବେଲଜିୟମ ଠାରୁ ୨-୫ରେ ହାରିବା ପରେ ବ୍ରୋଞ୍ଜ ପଦକ ମ୍ୟାଚ ଖେଳିବ ମନପ୍ରୀତ ସିଂହଙ୍କ ଟିମ । ଅଧିକ ପଢନ୍ତୁ...

Tokyo Olympics: What Indian men's hockey team needs to do in bronze-medal match
Tokyo Olympics: ବ୍ରୋଞ୍ଜ ପଦକ ମ୍ୟାଚରେ କଣ କରିବେ ଭାରତୀୟ ପୁରୁଷ ହକି ଟିମ

By

Published : Aug 3, 2021, 4:43 PM IST

ନୂଆଦିଲ୍ଲୀ: ମଙ୍ଗଳବାର ମଉଳିଯାଇଛି ହକି ଟିମ ଇଣ୍ଡିଆର ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ଜିତିବାର ସ୍ବପ୍ନ । ସେମିଫାଇନାଲରେ ବେଲଜିୟମ ଠାରୁ ୨-୫ରେ ହାରିବା ପରେ ବ୍ରୋଞ୍ଜ ପଦକ ମ୍ୟାଚ ଖେଳିବ ମନପ୍ରୀତ ସିଂହଙ୍କ ଟିମ । ତେବେ ବ୍ରୋଞ୍ଜ ପଦକ ବିଜେତା ହେବାକୁ ଭାରତକୁ ମ୍ୟାଚରେ ନିର୍ଦ୍ଦିଷ୍ଟ ଦିଗ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ ।

ନଜର ପକାନ୍ତୁ ବ୍ରୋଞ୍ଜ ବିଜୟ ପାଇଁ ବିଶ୍ଳେଷଣ ଉପରେ...

କମ ସଂଖ୍ୟକ ପେନାଲିଟି କର୍ଣ୍ଣର

ଭାରତୀୟ ଡିଫେନ୍ସ ବେଲଜିୟମକୁ ୧୪ଟି ପେନାଲିଟି କର୍ଣ୍ଣର ସୁଯୋଗ ଦେଇଦେଲେ, ସେଥିମଧ୍ୟରୁ ସେମାନେ ୩ଟିକୁ ଗୋଲ୍‌ରେ ପରିଣତ କରିବାକୁ ସଫଳ ହେଲେ । PCsରେ ଭାରତ ଭଲ ଡିଫେଣ୍ଡ କରିଥିଲା । ଅମିତ ରୋହିଦାସ ଚତୁରତାର ସହ ବେଲଜିୟମ ଡ୍ରାଗ ଫ୍ଲିକରଙ୍କୁ ଗୋଲ୍‌ କରିବାରେ ବାଧା ଦେବାକୁ ଯଥାସାଧ୍ୟ ଚେଷ୍ଟା ସଫଳ ହୋଇଥିଲା । ମାତ୍ର ଡିଫେଣ୍ଡରଙ୍କ ଗୋଡ କିମ୍ବା ଶରୀରରେ ବଲ୍‌ରେ ହିଟ୍‌ କରି ଅଧିକ ସଂଖ୍ୟକ ପେନାଲିଟି କର୍ଣ୍ଣର ହାସଲ କରିବା ରଣନୀତି ବେଲଜିୟମର ସଫଳ ହୋଇଥିଲା ।

ଡିଫେନ୍ସ ସମୟରେ ତ୍ରୁଟି କମ

ଗ୍ରେଟ୍‌ ବ୍ରିଟେନ ବିପକ୍ଷରେ ଡିଫେନ୍ସ ଭଲ ରହିଥିଲେ ମଧ୍ୟ ବେଲଜିୟମ ବିପକ୍ଷରେ ଲୟ ହରାଇଥିଲା । ସୁଟିଂ ସର୍କଲ ମଧ୍ୟରେ ପ୍ରତିପକ୍ଷ ଖେଳାଳି ଅଟକାଇ ରଖିବା ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଯାହାକି ଅଧିକ ସମସ୍ୟା ସୃଷ୍ଟି କରିବା ସହ ଅଧିକ ପେନାଲିଟି କର୍ଣ୍ଣର ଭୋଗିବାକୁ ପଡିଥିଲା ।

ଶରୀରକୁ ବ୍ୟବହାର

ଭାରତୀୟ ଫରୱାର୍ଡ ଓ ଡିଫେଣ୍ଡର ବେଲଜିୟମଙ୍କୁ କାଉଣ୍ଟର କରିବାରେ ଶରୀରକୁ ଅଧିକ ବ୍ୟବହାର କରିନଥିଲେ । ମାତ୍ର ବେଲଜିୟମ ୱାନ-ଅନ-ୱାନ ସ୍ଥିତିରେ ଶରୀରକୁ ଅଧିକ ବ୍ୟବହାର କରିଥିଲା । ଭାରତୀୟ ଖେଳାଳି ଆକ୍ରମଣକୁ ଓ ସ୍ଥାନକୁ କଣ୍ଟ୍ରୋଲ କରିବାକୁ ବେଲଜିଆନଙ୍କୁ ମିଡଫିଲ୍ଡରେ ଅନାୟସାରେ ପ୍ରବେଶ କରିବାରୁ ରୋକିପାରିଲେନି । ବିଶେଷ କରି ଆଣ୍ଟୋନି ସେଲଭେନ କିନାଙ୍କୁ, ଯାହା ମହଙ୍ଗା ସାବ୍ୟସ୍ତ ହେଲା ।

ପ୍ରତିଆକ୍ରମଣରେ ସମୟରେ ରକ୍ଷା କରିବାକୁ ଶୀଘ୍ର ପଛକୁ ଫେରିବା

ଭାରତୀୟ ଖେଳାଳି ପ୍ରତିଆକ୍ରମଣରେ ସାମାନ୍ୟ ଧୀମା ପରିଲକ୍ଷିତ ହୋଇଥିଲେ, ଯାହାକି ପ୍ରତିପକ୍ଷଙ୍କୁ ସୁଯୋଗ ସୃଷ୍ଟି କରିବାକୁ ସ୍ଥାନ ଓ ସମୟ ମିଳିବାର କାରଣ ହୋଇଛି । ଯାହାସବୁ ସୁଯୋଗ ଭାରତୀୟ ଟିମ ହାତଛଡା କରିଥିଲା, ବେଲଜିୟମ ଏହାର ଫାଇଦା ଉଠାଇଥିଲା । ତୃତୀୟ କ୍ବାର୍ଟର ବ୍ରେକ୍‌ରେ କୋଚ ଗ୍ରାହାମ ରେଡ୍‌ ମଧ୍ୟ 'fall back fast' କହୁଥିବାର ଶୁଣାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details