ଟୋକିଓ:ବିଶ୍ବର ଏକ ନମ୍ବର ଟିମ ନେଦରଲାଣ୍ଡ ଶନିବାର ଭାରତୀୟ ମହିଳା ହକି ଚିମକୁ ପୁଲ-A ମ୍ୟାଚରେ ୫-୧ ଗୋଲରେ ପରାସ୍ତ କରିଛି । ମ୍ୟାଚ ଆରମ୍ଭରୁ ହିଁ ନେଦରଲାଣ୍ଡ ଏହାର ପ୍ରଭାବ ଦେଖାଇଥିଲା ଓ ଖେଳର ପ୍ରାରମ୍ଭିକ ୬ ମିନିଟରେ ହିଁ ଗୋଟିଏ ଗୋଲର ଲିଡ ନେଇଥିଲା । ଏହି ଗୋଲ ଫେଲିସ ଅଲବର୍ସ କରିଥିଲେ ।
ପ୍ରଥମ କ୍ବାର୍ଟରରେ ଭାରତ ମଧ୍ୟ ଜୋର ଲଗାଇ ସ୍କୋର ବରାବର କରିନେଇଥିଲା । ଭାରତୀୟ ଅଧିନାୟକ ରାନୀ ରାମପାଲ ଫିଲ୍ଡ ଗୋଲ କରିଥିଲେ । ଏହି ଗୋଲ ୧୦ମ ମିନିଟରେ ହୋଇଥିଲା ।