ଓଡିଶା

odisha

ETV Bharat / sports

Tokyo Olympics: ଅଗଷ୍ଟ-୫ ପାଇଁ ଭାରତର କାର୍ଯ୍ୟସୂଚୀ, ଭାଗ ନେବେ ଏହି ଭାରତୀୟ ଖେଳାଳି - ହକି

ନଜର ପକାନ୍ତୁ Tokyo Olympicsରେ ଅଗଷ୍ଟ-୫ ତାରିଖରେ ହେବାକୁ ଥିବା ଇଭେଣ୍ଟ ଉପରେ ଆଉ ଜାଣନ୍ତୁ କେଉଁ ଭାରତୀୟ ଆଥଲେଟଙ୍କ ଉପରେ ରହିବ ନଜର । ଅଧିକ ପଢ଼ନ୍ତୁ...

Tokyo Olympics, Day 14, Indian athletes to watch out for, ୫ ଅଗଷ୍ଟ ପାଇଁ ଭାରତର କାର୍ଯ୍ୟ ସୂଚୀ, ଟୋକିଓ ଅଲମ୍ପିକ୍ସ, ରବି ଦହିୟା, ହକି, hockey
Tokyo Olympics: ଅଗଷ୍ଟ ପାଇଁ ଭାରତର କାର୍ଯ୍ୟ ସୂଚୀ, ଭାଗ ନେବେ ଏହି ଭାରତୀୟ ଖେଳାଳି

By

Published : Aug 4, 2021, 10:35 PM IST

ଟୋକିଓ: ବୁଧବାର Tokyo Olympics ଭାରତୀୟ ଖେଳାଳିଙ୍କର ରହିଥିଲା ଦମଦାର ପ୍ରଦର୍ଶନ । ଜାଭେଲିନ, କୁସ୍ତି, ଗଲ୍ଫ ଆଦି ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଭାରତୀୟ ଆଥଲେଟ । ସେପଟେ ସେମିଫାଇନାଲରେ ହାରି ଯାଇଥିଲେ ମଧ୍ୟ କାଂସ୍ୟ ପଦକ ଜିତି ନେଇଛନ୍ତି ଭାରତୀୟ ବକ୍ସର ଲଭଲିନା ବୋର୍ଗୋହେନ ।

ତେବେ ବୁଧବାର ସବୁଠାରୁ ବେଶୀ ଫୋକସରେ ଥିଲା ଭାରତୀୟ ମହିଳା ହକି ଟିମର ସେମିଫାଇନାଲ ଉପରେ । ମ୍ୟାଚରେ ଖୁବ୍‌ ଭଲ ପ୍ରଦର୍ଶନ ସତ୍ତ୍ବେ ବିଶ୍ବର ନମ୍ବର ଦୁଇ ଟିମ ଆର୍ଜେଣ୍ଟିନା ଠାରୁ ୧-୨ ଗୋଲରେ ପରାସ୍ତ ହୋଇଛି ଟିମ୍‌ । ତେବେ ବର୍ତ୍ତମାନ ମହିଳା ଦଳ ଗ୍ରେଟ ବ୍ରିଟେନ ସହ କାଂସ୍ୟ ପଦକ ପାଇଁ ମୁକାବିଲା କରିବ ।

ଅନ୍ୟପଟେ ବୁଧବାର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ଥିଲେ ଭାରତୀୟ କୁସ୍ତି ଯୋଦ୍ଧା ଓ ବର୍ଚ୍ଛା ଫିଙ୍ଗାଳି (Javeline Thrower) ନୀରଜ ଚୋପ୍ରା । ନୀରଜ ସଭିଁଙ୍କ ଠାରୁ ଅଧିକ ମିଟର (86.65) ମିଟର ଫିଙ୍ଗି ଫାଇନାଲରେ ପ୍ରବେଶ କରିଛନ୍ତି । କୁସ୍ତି ଯୋଦ୍ଧା ଅଂଶୁ ମଲିକ କ୍ବାର୍ଟରରେ ହାରିଥିଲେ ମଧ୍ୟ ରେପଚାର୍ଜ ନିୟମ ଅନୁଯାୟୀ କାଂସ୍ୟ ପଦକ ମ୍ୟାଚ ପାଇଁ ଖେଳିବେ। ରବି ଦହିୟା ବୁଧବାର ଥିଲେ ଷ୍ଟାର ରେସଲର । କ୍ବାର୍ଟର ଫାଇନାଲ, ସେମିଫାଇନାଲ ଜିତି ଫାଇନାଲରେ ପ୍ରବେଶ କରି ପଦକ ପକ୍କା କରିଛନ୍ତି ରବି । ସେପଟେ ସେମିରେ ହାରିଯାଇଛନ୍ତି ରେସଲର ଦୀପକ ପୁନିଆ ।

ତେବ ନଜର ପକାନ୍ତୁ ଅଗଷ୍ଟ-୫ ତାରିଖରେ ହେବାକୁ ଥିବା ଇଭେଣ୍ଟ ଉପରେ ଆଉ ଜାଣନ୍ତୁ କେଉଁ ଆଥଲେଟଙ୍କ ଉପରେ ରହିବ ନଜର ।

ଗଲ୍ଫ (ମହିଳା ରାଉଣ୍ଡ-୨): ଅଦିତି ଅଶୋକ

ଭାରତୀୟ ସମୟ ସକାଳ ୪.୦୦ ରୁ ଆରମ୍ଭ ।

ଗଲ୍ଫ (ମହିଳା ରାଉଣ୍ଡ-୨): ଦିକ୍ଷା ଦାଗର

ଭାରତୀୟ ସମୟ ସକାଳ ୫.୪୪ ରୁ ଆରମ୍ଭ ।

ହକି (ପୁରୁଷ, କାଂସ୍ୟ ପଦକ ମ୍ୟାଚ): ଭାରତ ବନାମ ଜର୍ମାନୀ

ଭାରତୀୟ ସମୟ ସକାଳ ୭.୦୦ ରୁ ଆରମ୍ଭ ।

କୁସ୍ତି (ମହିଳା, ୫୭ କିଗ୍ରା ଫ୍ରିଷ୍ଟାଇଲ- ରେପଚାର୍ଜ): ଅଂଶୁ ମଲିକ

ଭାରତୀୟ ସମୟ ସକାଳ ୭.୩୭ ରୁ ଆରମ୍ଭ ।

କୁସ୍ତି (ମହିଳା, ୫୩ କିଗ୍ରା ଫ୍ରିଷ୍ଟାଇଲ- ୧/୮ ଫାଇନାଲ): ଭିନେଶ ଫୋଗାଟ

ଭାରତୀୟ ସମୟ ସକାଳ ୮.୦୦ ରୁ ଆରମ୍ଭ ।

କୁସ୍ତି (ମହିଳା, ୫୩ କିଗ୍ରା ଫ୍ରିଷ୍ଟାଇଲ- କ୍ବାର୍ଟରଫାଇନାଲ): ଭିନେଶ ଫୋଗାଟ (ଯଦି କ୍ବାଲିଫାଏ କରନ୍ତି)

ଭାରତୀୟ ସମୟ ସକାଳ ୮.୫୬ ରୁ ଆରମ୍ଭ ।

ଆଥଲେଟିକ୍ସ: (ପୁରୁଷ, ୨୦ କମି ୱାକ୍‌ ଫାଇନାଲ): କେଟି.ଇରଫାନ, ରାହୁଲ ରୋହିଲ୍ଲା ଓ ସନ୍ଦୀପ କୁମାର

ଭାରତୀୟ ସମୟ ଦିନ ୧.୦୦ ରୁ ଆରମ୍ଭ ।

କୁସ୍ତି (ମହିଳା, ୫୩ କିଗ୍ରା ଫ୍ରିଷ୍ଟାଇଲ- ସେମିଫାଇନାଲ): ଭିନେଶ ଫୋଗାଟ (ଯଦି କ୍ବାଲିଫାଏ କରନ୍ତି)

ଭାରତୀୟ ସମୟ ଅପରାହ୍ଣ ୩.୨୫ ରୁ ଆରମ୍ଭ ।

କୁସ୍ତି (ପୁରୁଷ ୫୭ କିଗ୍ରା ଫ୍ରିଷ୍ଟାଇଲ- ଫାଇନାଲ): ରବି ଦହିୟା

ଭାରତୀୟ ସମୟ ଅପରାହ୍ଣ ୪.୨୦ ରୁ ଆରମ୍ଭ ।

କୁସ୍ତି (ପୁରୁଷ ୮୬ କିଗ୍ରା ଫ୍ରିଷ୍ଟାଇଲ- କାଂସ୍ୟ ପଦକ ମ୍ୟାଚ): ଦୀପକ ପୁନିଆ

ଭାରତୀୟ ସମୟ ଅପରାହ୍ଣ ୪.୪୦ ରୁ ଆରମ୍ଭ ।

କୁସ୍ତି (ମହିଳା, ୫୭ କିଗ୍ରା ଫ୍ରିଷ୍ଟାଇଲ- କାଂସ୍ୟ ପଦକ ମ୍ୟାଚ): ଅଂଶୁ ମଲିକ (ଯଦି କ୍ବାଲିଫାଏ କରନ୍ତି)

ଭାରତୀୟ ସମୟ ସନ୍ଧ୍ୟା ୪.୪୦ ରୁ ଆରମ୍ଭ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details