ଟୋକିଓ:ଭାରତୀୟ ଷ୍ଟାର ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଟୋକିଓ ଅଲମ୍ପିକ୍ର ଦ୍ବିତୀୟ ଦିନରେ ମହିଳା ଏକକ ବର୍ଗରେ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।
ଶନିବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମୁକାବିଲାରେ ବ୍ରିଟେନର ତିନ-ତିନ ହୋ ଦିଙ୍କୁ 4-0ରେ ହରାଇଛନ୍ତି ।

30 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚ୍ରେ ମନିକା, 11-7, 11-10, 11-10, 11-9ରେ ବିଜୟ ହାସଲ କରିଛନ୍ତି । ପୂର୍ବରୁ ମନିକା ମିଶ୍ରିତ ଇଭେଣ୍ଟରେ ପରାଜୟକୁ ଭୁଲି ଏହି ମ୍ୟାଚରେ ବିଜୟୀ ହୋଇଛନ୍ତି ।
ଅଚନ୍ତା କମଲଙ୍କ ସହିତ ଖେଳିଥିବା ମନିକା ଶନିବାର ମିଶ୍ରିତ ଯୁଗଳ ମୁକାବିଲାରେ ଶେଷ -16 ରାଉଣ୍ଡରେ ପରାସ୍ତ ହୋଇଥିଲେ । ଏହା ଅଲମ୍ପିକରେ ମନିକା ଓ କମଲଙ୍କ ପ୍ରଥମ ମ୍ୟାଚ ଥିଲା । ଏହି ଭାରତୀୟ ଯୋଡିଙ୍କୁ ତାଇବାନ ଲିନ ୟୁ ଜୁ ଓ ଚେଙ୍ଗ୍ ଚିଙ୍ଗ୍ 4-0ରେ ହରାଇଥିଲେ । 27 ମିନିଟ ଧରି ଖେଳାଯାଇଥିବା ମ୍ୟାଚ୍ରେ ତାଇବାନ ଯୋଡି 11-8, 11-6, 11-5 ଓ11-5 ସେଟ୍ରେ ବିଜୟୀ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ