ଟୋକିଓ:ଭାରତ ପାଇଁ ଆଶା ନିରାଶାର ମିଶ୍ରଣ ଥିଲା ଶୁକ୍ରବାରର Tokyo Olympics । କିଛି ଇଭେଣ୍ଟରେ ମିଳିଥିଲା ବିଜୟ ଆଉ କିଛି ଇଭେଣ୍ଟରେ ପୁଣି ଭାରତ ହାତରେ ହାସିଲା ପରାଜୟ । ବ୍ୟାଡମିଣ୍ଟନ, ବକ୍ସିଂ, ହକି ଆଦିରେ ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି । ସେପଟେ ଆଥଲେଟିକ୍ସରେ ନିରାଶ କରିଛନ୍ତି ଭାରତୀୟ ଆଥଲେଟ ।
ତେବେ ନଜର ପକାନ୍ତୁ ଶୁକ୍ରବାର କ’ଣ କ’ଣ ରହିଥିଲା ଭାରତର ଇଭେଣ୍ଟ ଆଉ କେମିତି ଥିଲା ଭାରତର ପ୍ରଦର୍ଶନ:-
ବକ୍ସିଂ: ଲଭଲିନା ବର୍ଗୋହେନ ଭାରତ ପାଇଁ ଦ୍ବିତୀୟ ପଦକ ପକ୍କା କରିଛନ୍ତି । ପୂର୍ବତନ ବିଶ୍ବ ଚାମ୍ପିୟନ ତାଇପେଇଙ୍କୁ ୪.୧ ରେ ପରାସ୍ତ କରି ସେମିଫାଇନାଲକୁ ହେଲେ ଉତିର୍ଣ୍ଣ ।
ସିମରନଜିତ କୌର ୬୦ କିଗ୍ରା ଦ୍ବିତୀୟ ପର୍ଯ୍ୟାୟରେ ଥାଇ ପ୍ରତିପକ୍ଷ ଠାରୁ ୫-୦ ରେ ପରାସ୍ତ ହୋଇଛନ୍ତି ।
ବ୍ୟାଡମିଣ୍ଟନ: (ମହିଳା ଏକକ ବର୍ଗ)- ଆକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ସେଟରେପରାସ୍ତ କରି ସେମିଫାଇନାଲରେ ପହଁଞ୍ଚିଛନ୍ତି ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ।
ତୀରନ୍ଦାଜୀ: (ମହିଳା ବ୍ୟକ୍ତିଗତ ପ୍ରି-କ୍ବାର୍ଟର ଫାଇନାଲ)- ରାଉଣ୍ଢ ଅଫ୍ ୧୬ ଜିତିବା ପରେ କ୍ବାର୍ଟର ଫାଇନାଲରେ କୋରିଆର ଟପ୍ ସିଡ୍ ତୀରନ୍ଦାଜ ଆନ୍ ସେନ୍ଙ୍କ ଠାରୁ 0-6 ରେ ହୋଇଛନ୍ତି ପରାସ୍ତ ।
ଶୁଟିଂ: (୨୫ ମିଟର ପିଷ୍ଟଲ) ମନୁ ଭାକର ଓ ରାହି ସୋର୍ନୋବତ ଫାଇନାଲକୁ ଉତିର୍ଣ୍ଣ ହେବାରୁ ବଞ୍ଚିତ । ୫୮୨ ଅଙ୍କ ସହ ୧୫ତମ ସ୍ଥାନରେ ରହିଲେ ମନୁ ଭାକର ୫୭୩ ପଏଣ୍ଟ ସହ ୩୨ ତମ ସ୍ଥାନରେ ସର୍ନୋବତ ।