ଟୋକିଓ:ଭାରତୀୟ କୁସ୍ତିଯୋଦ୍ଧା ରବି ଦହିୟା ଓ ଦୀପକ ପୁନିଆଙ୍କ ଠାରୁ ବଢିଲା ଭାରତର ପଦକ ଆଶା । ମଙ୍ଗଳବାର ପ୍ରକାଶିତ ପ୍ରତିନ୍ଦ୍ବନ୍ଦ୍ବୀ ସୂଚୀ(DRAW) ରେ ଉଭୟଙ୍କ ପାଇଁ ପଦକ ରାଉଣ୍ଡ ରାସ୍ତା ସହଜ ରହିଛି । ଚଳିତ ଟୋକିଓ ଅଲମ୍ପିକରେ କୁସ୍ତି ପ୍ରତିଯୋଗିତାର ୫୭ କିଲୋଗ୍ରାମ ବର୍ଗରେ କଲମ୍ବିଆର ଟିଗ୍ରେରସ ଉରବାନୋଙ୍କୁ ପ୍ରଥମ ମୁକାବିଲାରେ ଭେଟିବେ ରବି । ଫଳରେ ସେମିରେ ପହଞ୍ଚିବାକୁ ତାଙ୍କ ସାମ୍ନାରେ ବିଶେଷ ବଡ ଆହ୍ବାନ ନାହିଁ ।
୨୦୧୯ ବିଶ୍ବ ଚମ୍ପିଆନସିପ ବ୍ରୋଞ୍ଜ ପଦକ ବିଜେତା ଓ ଏସିଆନ ଚମ୍ପିଆନ ରବି, କଲମ୍ବିଆ ପ୍ରତିପକ୍ଷଙ୍କୁ ଓପନିଂ ରାଉଣ୍ଡରେ ହରାଇବେ ତେବେ ଆଲଜେରିଆର ଏବଦେଲହାକ ଖେରାବାଚେ କିମ୍ବା ବୁଲଗେରିଆର ଜିରୋଗି ଭେଲେଣ୍ଟିନୋଭ ଭଙ୍ଗେଲଭଙ୍କୁ ଭେଟିବେ । ଫଳରେ ସେମିଫାଇନାଲରେ ସେ ସର୍ବିୟାନ ଶୀର୍ଷ ମାନ୍ୟତା ଖେଳାଳି ଷ୍ଟିଭେନ ଆଣ୍ଡ୍ରିଆ ମିକିକ୍ କିମ୍ବା ଜାପାନର ୟୁକି ତାକାହାସିଙ୍କୁଙ୍କୁ ଭେଟିପାରନ୍ତି ।