ନୂଆଦିଲ୍ଲୀ:ଅଲମ୍ପିକ ପଦକ ବିଜେତା ଜାତୀୟ ହକି ଦଳରେ ସାମିଲ ରହିଥିବା ଦୁଇ ଓଡ଼ିଆ ଖେଳାଳିଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଲମ୍ପିକ ପଦକ ବିଜୟୀ ଦଳର ଦୁଇ ଓଡ଼ିଆ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଦୁହିଁଙ୍କ ପ୍ରଦର୍ଶନ ଚମତ୍କାର ଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
୪୧ ବର୍ଷ ପରେ ଅଲମ୍ପିକରେ ପଦକ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ । ଏହାକୁ ନେଇ ଜାତୀୟ ଦଳ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଦଳରେ ସାମିଲ ଥିବା ଦୁଇ ଓଡ଼ିଆ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି ମୋଦି ।
ବିରେନ୍ଦ୍ରଙ୍କ ପ୍ରଶଂସା କରି ନରେନ୍ଦ୍ର ମୋଦି ଟ୍ବିଟ୍ କରି କହିଛନ୍ତି ଯେ, "ବିରେନ୍ଦ୍ର ଲାକ୍ରାଙ୍କ ଡିଫେନ୍ସକୁ ଭେଦ କରିବା ଅସମ୍ଭବ । ତାଙ୍କ ଖେଳ ଦେଖିବା ଏକ ମଜାଦାର କ୍ଷଣ । ପ୍ରତି କ୍ଷଣରେ ସେ ନିଜର ଅଭିଜ୍ଞତା ଦେଖାଇଛନ୍ତି । ଯାହା ଦ୍ବାରା ଦଳ ବିଜୟ ଦ୍ବାରରେ ପହଞ୍ଚି ପାରିଛି ।"