ଓଡିଶା

odisha

ETV Bharat / sports

Tokyo Olympics: ଅନ୍ତରୀକ୍ଷରୁ Tokyo ଫଟୋ ପଠାଇଲା NASA - ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ

NASA ଇନଷ୍ଟାଗ୍ରାମରେ ଟୋକିଓର ଏକ ସୁନ୍ଦର ଫୋଟ ପୋଷ୍ଟ କରିଛି । ଯେଉଁଥିରେ ରାତ୍ରୀର ଅନ୍ଧାରରେ ଆଲୋକ ମାଳା ସହ ଗୌରବର ଆଲୋକରେ ଖୁବ ଉଜ୍ବଳ ଦିଶୁଛି ଟୋକିଓ ସହର । ଅଧିକ ପଢ଼ନ୍ତୁ...

NASA, NASA shows how Tokyo looks like, Tokyo from space during Olympics, Tokyo Olympics, ଅନ୍ତରୀକ୍ଷରୁ ଟୋକିଓର ଫଟୋ, ଟୋକିଓର ଫଟୋ ପଠାଇଲା NASA, ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ, international space station
Tokyo Olympics: ଅନ୍ତରୀକ୍ଷରୁ ଟୋକିଓର ଫଟୋ ପଠାଇଲା NASA

By

Published : Jul 30, 2021, 10:18 PM IST

ଟୋକିଓ: ଟୋକିଓ ସହରରେ ଚାଲିଛି ୨୦୨୦ ସମର ଅଲମ୍ପିକ୍ସ । ଆଉ ଜାପାନର ରାଜଧାନୀ କ୍ରୀଡ଼ାର ଏହି ମହାକୁମ୍ଭ ପାଇଁ ସଜେଇ ହୋଇଛି ଆଲୋକ ମାଳାରେ । ବିନା ଦର୍ଶକରେ ଏହା ପ୍ରଥମ ଅଲମ୍ପିକ ହୋଇଥିବା ସତ୍ତ୍ବେ ଟୋକିଓ ଅନ୍ତରୀକ୍ଷରୁ ବେଶ୍‌ ଚିକମିକ୍‌ ଦେଖାଯାଉଛି । NASA ଇନଷ୍ଟ୍ରାମରେ ଟୋକିଓର ଏକ ସୁନ୍ଦର ଫୋଟ ପୋଷ୍ଟ କରିଛି । ଯେଉଁଥିରେ ରାତ୍ରୀର ଅନ୍ଧାରରେ ଆଲୋକ ମାଳା ସହ ଗୌରବର ଆଲୋକରେ ଖୁବ ଉଜ୍ବଳ ଦିଶୁଛି ଟୋକିଓ ସହର ।

ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ISS) ରୁ ଏହି ଫଟୋକୁ NASA ମହାକାଶଚାରୀ ଶେନ୍‌ କିମ୍ବ୍ରୋ ଉତ୍ତୋଳନ କରିଛନ୍ତି । ‘‘ରାତିକୁ ଉଜ୍ବଳ କରିଛି ଅଲମ୍ପିକ ଖେଳ (The Olympic games light up the night) । ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ(ISS) ରୁ ନାସା ମହାକାଶଚାରୀ ଶେନ୍‌ କିମ୍ବ୍ରୋ ଉତ୍ତୋଳନା କରିଥିବା ଏହି ଫଟୋରେ ଅଲମ୍ପିକ୍ସର ଯାଦୁରେ ଟୋକିଓ ସହର ଝିଲମିଲ କରୁଛି ।’’ ବୋଲି ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି NASA ।

ଗୋଟିଏ ଦିନ ମଧ୍ୟରେ ଏହି ଫଟୋକୁ ୬.୯ ଲକ୍ଷ ଲୋକ ଲାଇକ କରିଥିବା ବେଳେ ୨୦୦୦ କମେଣ୍ଟ ମିଳିଥିଲା । ଜଣେ ୟୁଜର NASA କୁ ଏହା ମଧ୍ୟ ପଚାରିଥିଲେ ଯେ ପୃଥିବୀର କେତେ ଦୂରରୁ ଏହି ଫଟୋ ଉଠାଯାଇଛି । ଯାହାର ଉତ୍ତରରେ NASA କହିଥିଲା ଯେ ‘‘ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ISS) ପୃଥିବୀର ପରିକ୍ରମା ପ୍ରାୟ ୨୫୦ ମାଇଲ ଉଚ୍ଚରୁ କରିଥାଏ ।’’

ଅନ୍ୟ ଜଣେ ୟୁଜର ପଚାରିଥିଲେ NASA ର ମନପସନ୍ଦ ଖେଳ କ’ଣ ? ଯାହାର ଉତ୍ତରରେ NASA କହିଥିଲା, ‘‘ଆମେ ଏକ ଭଲ ସ୍ପେସୱାକକୁ ଭଲପାଉ । NASA ର ମହାକାଶଚାରୀ ମାନେ ଯେକୌଣସି ସ୍ଥାନରେ ୧୫୦୦-୨୫୦୦ ପର୍ଯ୍ୟନ୍ତ କ୍ୟାଲୋରୀକୁ ପ୍ରସ୍ତୁତି ସମୟ ଓ ୬.୫ ଘଣ୍ଟାର ସ୍ପେସୱାକ ମଧ୍ୟରେ ହ୍ରାସ କରି ପାରନ୍ତି, ତେଣୁ ସେମାନେ ଆମଠାରୁ ସବୁବେଳେ ପଦକ ପାଇଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details