ଓଡିଶା

odisha

ETV Bharat / sports

Tokyo Olympics: ବାଲୁକା କଳାରେ ଲଭଲିନାଙ୍କୁ ଶୁଭେଚ୍ଛା

କାଂସ୍ୟ ପଦକ ଜିତିଥିବା ଆଉ ଏହି କ୍ରମରେ ଲଭଲିନାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢ଼ନ୍ତୁ...

By

Published : Aug 4, 2021, 9:47 PM IST

international sand artist Sudarsan pattnaik, 10ft long sand glove for boxer lovlina borgohain, olympics bronze medalist lovelina borgohain, ବାଲୁକା କଳାରେ ଲଭଲିନାଙ୍କୁ ଶୁଭେଚ୍ଛା, Tokyo Olympics, ଟୋକିଓ ଅଲମ୍ପିକ ସେମିଫାଇନାଲ, ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
Tokyo Olympics: ବାଲୁକା କଳାରେ ଲଭଲିନାଙ୍କୁ ଶୁଭେଚ୍ଛା

ପୁରୀ: ଟୋକିଓ ଅଲମ୍ପିକ ସେମିଫାଇନାଲରେ ପରାଜିତ ହୋଇଥିଲେ ମଧ୍ୟ କାଂସ୍ୟ ପଦକ ଜିତିଛନ୍ତି ଭାରତୀୟ ବକ୍ସର ଲଭଲିନା ବୋର୍ଗୋହେନ । ତେବେ କାଂସ୍ୟ ପଦକ ଜିତିଥିବା ଯୋଗୁଁ ସାରା ଦେଶରୁ ଲଭଲିନାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ଆଉ ଏହି କ୍ରମରେ ଲଭଲିନାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ପୁରୀ ସୁବର୍ଣ୍ଣ ବେଳାଭୂମିରେ ଲଭଲିନାଙ୍କ କାଂସ୍ୟ ପଦକ ସହ ଏକ ସୁନ୍ଦର ବାଲୁକା ପ୍ରତିକୃତି କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଲଭଲିନା ମଧ୍ୟ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି ଓ ସୁଦର୍ଶନଙ୍କୁ ଟ୍ବିଟ କରି ଧନ୍ୟବାଦ ଜଣାଇଛନ୍ତି ।

ଲଭଲିନାଙ୍କୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ ସେମି ବାଉଟରେ ଲଭଲିନାଙ୍କୁ ପରାସ୍ତ ହେବାକୁ ପଡି଼ଥିଲା । ତେବେ ସେତେବେଳକୁ ଭାରତୀୟ ଅଲମ୍ପିକ ପଦକ ବିଜେତା ଖେଳାଳି ତାଲିକାରେ ନିଜ ନାମ ଲେଖିସାରିଥିଲେ ଲଭଲିନା । କ୍ବାର୍ଟର-ଫାଇନାଲରେ ଚାଇନିଜ ତାଇପେଇ ବକ୍ସର ଚେନ ନିଏନ-ଚିନଙ୍କୁ ହରାଇ ପଦକ ପକ୍କା କରିସାରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details