ଟୋକିଓ:ଶୁକ୍ରବାର ଜାପାନକୁ ୫-୩ ଗୋଲରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପହଁଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍ । ଯାହାପରେ ଅଗଷ୍ଟ ୧ ତାରିଖରେ ଭାରତ କ୍ବାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନ ସହ ମୁକାବିଲା କରିବା ନେଇ ସ୍ଥିର ହୋଇଛି ।
ଶୁକ୍ରବାର ପୁଲ-ବି ମ୍ୟାଚରେ ବେଲଜିୟମ ଓ ଗ୍ରେଟ ବ୍ରିଟେନ ମୁହାମୁହିଁ ହୋଇଥିଲେ । ଭାରତର ମୁକାବିଲା ଗ୍ରେଟ ବ୍ରିଟେନ ସହ ହେବାକୁ ଥିବା ବେଳେ ଅଷ୍ଟ୍ରେଲିଆ ସହ ନେଦରଲାଣ୍ଡ, ଆର୍ଜେଣ୍ଟିନା ସହ ଜର୍ମାନୀ, ବେଲଜିୟମ ସହ ସ୍ପେନର ମ୍ୟାଚ ହେବା ନେଇ ସୂଚନା ରହିଛି ।
ଶୁକ୍ରବାର ମ୍ୟାଚରେ ମନପ୍ରୀତଙ୍କ ନେତୃତ୍ବରେ ଆରମ୍ଭରୁ ଆକ୍ରମଣ କରିଥିଲା ଭାରତୀୟ ଟିମ । ମ୍ୟାଚ ଆରମ୍ଭରୁ ୧୩ ମିନିଟ୍ରେ ପ୍ରଥମ ଗୋଲ୍ ହାସଲ କରିଥିଲା ଦଳ । ପରେ ଦ୍ବିତୀୟ କ୍ବାର୍ଟରରେ ଗୁରଜନ୍ତ ସିଂହ ଆଉ ଏକ ଚମତ୍କାର ଗୋଲ୍ କରିବା ସହ ଦଳ ୨-୦ ଆଗୁଆ ହୋଇଥିଲା । ୩୪ତମ ମିନିଟରେ ସମଶେର ସିଂହ ତୃତୀୟ ଗୋଲ୍ କରିଥିଲେ ।