ଓଡିଶା

odisha

ETV Bharat / sports

ଦୁଇ ବର୍ଷ ପରେ ପରିବାରକୁ ଭେଟି ଭାବବିହ୍ବଳ ଚାନୁ - ମୀରାବାଇ ଚାନୁ

ଦୀର୍ଘ ଦୁଇ ବର୍ଷ ପରେ ପରିବାରକୁ ଭେଟି ଭାବବିହ୍ବଳ ଭାରୋତ୍ତୋଳନକାରୀ ମୀରବାଇ ଚାନୁ । ଅଧିକ ପଢନ୍ତୁ..

Feeling of meeting family after 2 years is beyond words, says Mirabai Chanu
ଦୁଇ ବର୍ଷ ପରେ ପରିବାରକୁ ଭେଟି ଭାବବିହ୍ବଳ ଚାନୁ

By

Published : Jul 29, 2021, 11:16 AM IST

ଇମ୍ଫାଲ: ଦୀର୍ଘ ଦୁଇ ବର୍ଷ ପରେ ପରିବାରକୁ ଭେଟି ଭାବବିହ୍ବଳ ଭାରୋତ୍ତୋଳନକାରୀ ମୀରବାଇ ଚାନୁ । ଦୁଇବର୍ଷ ପରେ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିବା ପରେ ଶବ୍ଦଶୂନ୍ୟ ଅନୁଭବ ବୋଲି କହିଛନ୍ତି ଚାନୁ ।

ମଙ୍ଗଳବାର ନିଜର ହୋମଟାଉନ ଇମ୍ଫାଲ ଫେରିଥିଲେ ଚାନୁ ଓ ଏବେ ପରିବାର ସହ ସମୟ ବିତାଉଛନ୍ତି । ଷ୍ଟାର ଭାରତୀୟ ଭାରୋତ୍ତୋଳନାକାରୀ ଟୋକିଓ ଅଲମ୍ପିକ୍‌ରେ ରୌପ୍ୟ ପଦକ ଜିତିଛନ୍ତି ।

ନିଜ ଟ୍ବିଟର ଆକାଉଣ୍ଟରେ ଚାନୁ ଲେଖିଛନ୍ତି, "ଦୀର୍ଘ ଦୁଇବର୍ଷ ପରେ ପରିବାରକୁ ଭେଟିବାର ଅନୁଭବ ଶବ୍ଦରେ ବୟାନ କରିବା କଷ୍ଟ, ମୋ ଉପରେ ଭରସା କରିଥିବା ଓ ସହଯୋଗ କରିଥିବା ସମସ୍ତଙ୍କ ପାଖେ ବିଶେଷ ଋଣି, ଏହି ସ୍ତରରେ ପହଞ୍ଚାଇବାକୁ ମୋପାଇଁ କରିଥିବା ବଳିଦାନ ପାଇଁ ମା' ଓ ବାପାଙ୍କୁ ଧନ୍ୟବାଦ ।"

ଗତ ଶନିବାର ଚାନୁ ମହିଳା ୪୯ କିଲୋଗ୍ରାମ ବର୍ଗ ଭାରୋତ୍ତାଳନରେ ରୋପ୍ୟ ପଦକ ଜତିବା ସହ ଟୋକିଓ ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପଦକ ଖାତା ଖୋଲିଥିଲେ । ସେଠାରୁ ଭାରତ ଫେରିବା ପରେ ଚାନୁ ସିଧା ନିଜ ରାଜ୍ୟ ମଣୀପୁର ଯାତ୍ରା କରିଥିଲେ । ହୋମଟାଉନ ଇମ୍ଫାଲରେ ତାଙ୍କୁ ଭବ୍ୟ ସ୍ବାଗତ ସହ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ରାଜ୍ୟବାସୀ । ମଣୀପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ମୀରାବାଇଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦର ପହଞ୍ଚିଥିଲେ । ଏଥିସହ ଚାନୁଙ୍କୁ ପୋଲିସ ବିଭାଗରେ ଅତିରିକ୍ତ ସୁପରିଟେଣ୍ଡେଟ ଅଫ୍‌ ପୋଲିସ(ସ୍ପୋର୍ଟ୍ସ) ପଦ ପାଇଁ ସୋମବାର ମଣିପୁର ସରକାର ଘୋଷଣା କରିଛନ୍ତି । ରାଜ୍ୟ ସରକାର ଚାନୁଙ୍କୁ ୧ କୋଟି ଟଙ୍କା ଆର୍ଥିକ ପୁରସ୍କାର ଦେବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ବିରେନ ସିଂହ ଘୋଷଣା କରିଛନ୍ତି ।

ସେହିପରି ରାଜ୍ୟର ପ୍ରତ୍ୟେକ ଅଲମ୍ପିକ ଅଂଶଗ୍ରହଣକାରୀଙ୍କୁ ୨୫ ଲକ୍ଷ, ରାଜ୍ୟରେ ବିଶ୍ବସ୍ତରୀୟ ଭାରୋତ୍ତୋଳନ ଏକାଡେମୀ ଓ ଅଲମ୍ପିଆନ ଜୁଡୋକା ଲିକମାବାମ ସୁଶୀଳା ଦେବୀଙ୍କୁ କନଷ୍ଟେବଳରୁ ସପ-ଇନିସ୍‌ପେକ୍ଟର ପଦକୁ ପଦନ୍ନୋତି ମିଳିବ ବୋଲି ମଧ୍ୟ ବିରେନ ସିଂହ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details