ଟୋକିଓ:ଅଷ୍ଟ୍ରେଲିଆର ଆଣ୍ଡ୍ରିଉ ହୋଏ ୧୯୬୮ ପରଠାରୁ ସବୁଠାରୁ ବୟସ୍କ ଆଥଲେଟ ତଥା ପଦକ ବିଜେତା ହୋଇଛନ୍ତି । ଚଳିତ ଟୋକିଓ ଅଲମ୍ପିକ୍ରେ ଅଶ୍ବଚାଳନାରେ ହୋଇଥିବା ଟିମ୍ ଇଭେଣ୍ଟରେ ହୋଏଙ୍କ ଟିମ୍ ରୌପ୍ୟ ପଦକ ଜିତିଛି । କେବଳ ସେତିକି ନୁହେଁ ସୋମବାର ସନ୍ଧ୍ୟାରେ ହୋଇଥିବା ବ୍ୟକ୍ତିଗତ ଇଭେଣ୍ଟରେ ସେ କାଂସ୍ୟ ପଦକ ଜିତିଛନ୍ତି ।
୬୨ ବର୍ଷୀୟ ହୋଏଙ୍କ ଏହା ହେଉଛି ଷଷ୍ଠ ପଦକ । ଆଉ ୬ଟି ପଦକ ମଧ୍ୟରେ ରହିଛି ୩ଟି ସ୍ବର୍ଣ୍ଣ । ତେବେ ୨୦୦୦ ମସିହାରେ ସିଡନି ଅଲମ୍ପିକ ପରେ ଏହା ତାଙ୍କର ପ୍ରଥମ ପଦକ ଥିଲା ।
ହୋଏ କହନ୍ତି ଯେ, ‘‘ ଏହା ବହୁତ ଖାସ୍ ଅଟେ । ଆମେ ଏହି ଖେଳକୁ ଚତୁର୍ଥ, ପଞ୍ଚମ କିମ୍ବା ଷଷ୍ଠ ହେବାକୁ ଆସୁନାହିଁ ବିଶେଷ କରି ଅଲମ୍ପିକ୍ସକୁ । ଆମେ ଆସୁ ପଦକ ଜିତିବା ପାଇଁ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଟିମ୍ ଇଭେଣ୍ଟ ଥିଲା ।