ଓଡିଶା

odisha

ETV Bharat / sports

ଫାଇନାଲ ମ୍ୟାଚ ପରେ ରବି ଦହିୟାଙ୍କୁ ଏହା କହିଲେ ପ୍ରତିପକ୍ଷ ଖେଳାଳି - ସରି ବ୍ରଦର କହିଲେ କାଜାଖସ୍ତାନ କୁସ୍ତି ଖେଳାଳି

ଟୋକିଓ ଅଲମ୍ପିକ୍ ଗେମ୍ସର କୁସ୍ତି ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରି ଭାରତ ପାଇଁ ଗୌରବ ଆଣିଛନ୍ତି ରବି ଦହିୟା । ଫାଇନାଲ ମ୍ୟାଚରେ କାଜାଖସ୍ତାନର କୁସ୍ତି ଖେଳାଳିଙ୍କଠାରୁ ପରାଜିତ ହୋଇଥିଲେ ରବି ଦହିୟା । ତେବେ ମ୍ୟାଚ ପରେ ସେ ରବି ଦହିୟାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଅଧିକ ପଢ଼ନ୍ତୁ...

ଫାଇନାଲ ମ୍ୟାଚ ପରେ ରବି ଦହିୟାଙ୍କୁ ଏହା କହିଲେ ପ୍ରତିପକ୍ଷ ଖେଳଳି
ଫାଇନାଲ ମ୍ୟାଚ ପରେ ରବି ଦହିୟାଙ୍କୁ ଏହା କହିଲେ ପ୍ରତିପକ୍ଷ ଖେଳଳି

By

Published : Aug 9, 2021, 7:27 PM IST

ନୂଆଦିଲ୍ଲୀ:ଟୋକିଓ ଅଲମ୍ପିକ୍ ଗେମ୍ସର କୁସ୍ତି ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରି ଭାରତ ପାଇଁ ଗୌରବ ଆଣିଛନ୍ତି ରବି ଦହିୟା । ତେବେ ମ୍ୟାଚ ପରେ ରବି ଦହିୟା ସନ୍ତୁଷ୍ଟ ନଥିଲେ । ଫାଇନାଲ ମ୍ୟାଚକୁ ନେଇ ଏକ ମଜାଦାର ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ଖୋଦ୍ ରବି ଦହିୟା ସୂଚନା ଦେଇଛନ୍ତି । ଫାଇନାଲ ମ୍ୟାଚରେ କାଜାଖସ୍ତାନର କୁସ୍ତି ଖେଳାଳିଙ୍କଠାରୁ ପରାଜିତ ହୋଇଥିଲେ ରବି ଦହିୟା । ତେବେ ମ୍ୟାଚ ପରେ ସେ ରବି ଦହିୟାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ଏହାକୁ ନେଇ ରବି ଦହିୟା କହିଛନ୍ତି ଯେ, "ରୌପ୍ୟ ପଦକ ନେଇ ମୁଁ ଖୁସିରେ ଅଛି । କିନ୍ତୁ ମୁଁ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ଚାହୁଁଥିଲି । ଆମ କୁସ୍ତି ଖେଳାଳିମାନେ ଅତୀତରେ କାଂସ୍ୟ ଓ ରୌପ୍ୟ ପଦକ ହାସଲ କରି ସାରିଛନ୍ତି । କୁସ୍ତିରେ ଭାରତର ଏକ ସ୍ବର୍ଣ୍ଣ ପଦକ ହାସଲ କରିବା ବାକି ରହିଛି । ମୁଁ ଏହି ସ୍ବପ୍ନକୁ ପୂରଣ କରିବାକୁ ଚେଷ୍ଟା କରିଥିଲି । ମ୍ୟାଚ ହାରିବା ପରେ କିଛି ସମୟ ପାଇଁ ଦୁଃଖରେ ମଧ୍ୟ ଥିଲି । ଶେଷରେ ନିଜେ ନିଜକୁ ବୁଝାଇଥିଲି । ଆଗାମୀ ଥର ନିଶ୍ଚୟ ପୁନଃ ଚେଷ୍ଟା କରିବି ।"

ପ୍ୟାରିସ ଅଲମ୍ପିକ୍ ଗେମ୍ସରେ ନିଶ୍ଚିତ ଭାବରେ ସ୍ବର୍ଣ୍ଣ ପଦକ ହାସଲ କରିବେ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ରବି ଦହିୟା । ବର୍ତ୍ତମାନ ତାଙ୍କୁ କେବଳ ୨୩ ବର୍ଷ ବୋଲି କହିଛନ୍ତି । ଆଗକୁ ତାଙ୍କୁ ଦେଶ ପାଇଁ ବହୁତ କିଛି କରିବାର ଅଛି ବୋଲି କହିଛନ୍ତି ରବି ଦହିୟା । ଏଥିପାଇଁ ସେ ବର୍ତ୍ତମାନଠାରୁ ହିଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ସେ କହିଛନ୍ତି ।

୫୭ କେଜି ବର୍ଗର କୁସ୍ତି ଇଭେଣ୍ଟରେ କାଜାଖସ୍ତାନର କୁସ୍ତି ଖେଳାଳିଙ୍କ ଠାରୁ ପରାଜିତ ହେବା ପରେ ରବି ଦହିୟାଙ୍କୁ ସେ କୁଣ୍ଢାଇ ପକାଇବା ସହ ତାଙ୍କୁ 'ସରି ବ୍ରଦର' ବୋଲି କହିଥିଲେ । ଗତ ୨୦୧୯ ମସିହାରେ ନୁର ସୁଲତାନରେ ବିଶ୍ବ ଚମ୍ପିୟନସିପରେ ମଧ୍ୟ ରବି ଦହିୟାଙ୍କୁ କାଜାଖସ୍ତାନର ଉଗୁଏବ ପରାଜିତ କରିଥିଲେ ।

ଏହାକୁ ନେଇ ରବି ଦହିୟା କହିଛନ୍ତି ଯେ, " ସେ ମୋଠାରୁ ଭଲ ଖେଳ ପ୍ରଦର୍ଶନ କରିଥିଲେ । ସେ ଜଣେ ଅଭିଜ୍ଞ କୁସ୍ତି ଖେଳାଳି । ନିଜ ପରାଜିତକୁ ବି ସ୍ବୀକାର ବଡ଼ କଥା । ଉଗୁଏବ ଦୁଇଥର ବିଶ୍ବ ଚମ୍ପିଆନସିପ ଟାଇଟଲ ବିଜୟୀ ହୋଇଛନ୍ତି । ମ୍ୟାଚରେ ସେ ମୋଠାରୁ ଦକ୍ଷ ଖେଳାଳି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details