ଓଡିଶା

odisha

ETV Bharat / sports

87.58 ମିଟର: ସ୍ବର୍ଣ୍ଣିମ ଇତିହାସକୁ ନୀରଜ ଚୋପ୍ରାଙ୍କ ଯାତ୍ରା - ନୀରଜ ଚୋପ୍ରା

ନୀରଜ ଚୋପ୍ରାଙ୍କ ୮୭.୫୮ ମିଟର ମାର୍କ ଯାହା ଆଥଲେଟିକ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ଦେଇଛି, ଭାରତୀୟ କ୍ରୀଡା ଇତିହାସରେ ଏହି ପ୍ରଦର୍ଶନ ଚିରଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । ଅଧିକ ପଢନ୍ତୁ...

87.58 m: Neeraj Chopra's route to golden history
87.58 ମିଟର: ସୁବର୍ଣ୍ଣ ଇତିହାସକୁ ନୀରଜ ଚୋପ୍ରାଙ୍କ ମାର୍ଗ

By

Published : Aug 8, 2021, 3:51 PM IST

ନୂଆଦିଲ୍ଲୀ:ଯେବେ 23 ବର୍ଷୀୟ ନୀରଜ ଚୋପ୍ରା ଶନିବାର ଟୋକିଓର ଅଲମ୍ପିକ ଷ୍ଟାଡିୟମରେ ନିଜର ଜାଭେଲିନ ପବନରେ ଉଡାଇଲେ, ଭାରତର ଅଲମ୍ପିକ ଇତିହାସ ମଧ୍ୟ ଏହା ସହିତ ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିବା ନିଶ୍ଚିନ୍ତ କରିଥିଲେ । ନୀରଜ ଚୋପ୍ରାଙ୍କ ୮୭.୫୮ ମିଟର ମାର୍କ ଯାହା ଆଥଲେଟିକ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ଦେଇଛି, ଭାରତୀୟ କ୍ରୀଡା ଇତିହାସରେ ଏହି ପ୍ରଦର୍ଶନ ସବୁଦିନପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । ଅନେକ ବାଧାବିଘ୍ନକୁ ପାର୍‌ କରିଥିବା ଏହି ସ୍ବର୍ଣ୍ଣିମ ସଫଳତାକୁ ୧୩୦ କୋଟି ଜନସଂଖ୍ୟାର ଦେଶ ସଦା ସ୍ମରଣୀୟ ରଖିବ ।

ନୀରଜ ଚୋପ୍ରା

ନୀରଜଙ୍କ ପାଇଁ ସହଜ ନଥିଲା ଏହି ଯାତ୍ରା । ହରିୟାଣାର ଖନ୍ଦ୍ରା ଗ୍ରାମରେ ଜନ୍ମିତ ନୀରଜ ଖେଳକୁ କ୍ୟାରିୟର ବାଛିନେଇଥିଲେ । ପାନିପତର ସ୍ଥାନୀୟ ଶିବାଜି ଷ୍ଟାଡିୟମରେ ଅଭ୍ୟାସ ତାଙ୍କୁ ବିଶ୍ବମଞ୍ଚରେ ଶ୍ରେଷ୍ଠ କରିଛି । ଷ୍ଟାଡିୟମରେ କିଛି ସିନିୟର ଖେଳାଳି ଜାଭେଲିନ ଫିଙ୍ଗୁଥିବାର ଦେଖି ଭାଗ୍ୟ ପରୀକ୍ଷା କରିବାକୁ ମନବଳାଇଥିଲେ ସେ । ସୌଭାଗ୍ୟବଶତଃ ସେହି ଖେଳପ୍ରତି ତାଙ୍କର ଦୁର୍ବଳତା ବଢିବାକୁ ଲାଗିଲା ଓ ଜାଭେଲିନ ପ୍ରେମରେ ପଡିଗଲେ ନୀରଜ । ଏହାପରେ ସେ ଅଧିକ ଦୂରକୁ ଫିଙ୍ଗିବାକୁ ଅଭ୍ୟାସ ଆରମ୍ଭ କରିଦେଲ ।

ଏବେର ଅଲମ୍ପିକ ଚମ୍ପିଆନ ନୀରଜ ଟୋକିଓରେ ପହଞ୍ଚିବା ପୂର୍ବରୁ ବିଶ୍ବ ଆଥଲେଟିକ୍ସରେ ନିଜର କରିସ୍ମା ଦେଖାଇସାରିଥିଲେ । ୮୬.୪୬ ମିଟର ପିଙ୍ଗି ପୂର୍ବରୁ ଜୁନିୟର ବିଶ୍ବ ରେକର୍ଡ ନିଜ ନାମରେ କରିସାରିଥିଲେ । ଏଥିସହ ଜାଭେଲିନ ଥ୍ରୋରେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା ଓ ୨୦୧୮ ଏସିଆନ ଗେମ୍ସରେ ଭାରତର ପ୍ରଥମ ଜାଭଲିନ ଥ୍ରୋ ଖେଳାଳି ଭାବେ ସ୍ବର୍ଣ୍ଣ ପଦକ ବିଜେତା ହୋଇସାରିଛନ୍ତି ।

ତେବେ ସେତିକିରେ ଅଟକିନଥିଲେ ନୀରଜ, ଜାଭେଲିନ କିମ୍ବଦନ୍ତୀ ଉୱେ ହନଙ୍କ ପ୍ରତ୍ୟେକ୍ଷ ପ୍ରଶିକ୍ଷଣରେ ନିଜର କଳା, କୌଶଳ ବୃଦ୍ଧି କରିବା ସହ ବଡ ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିଲେ । ହନ ୩ ବର୍ଷ ପାଇଁ ଭାରତୀୟ ଟିମ୍‌ର ଜାଭେଲିନ କୋଚ୍‌ ରହିଥିଲେ । ତେବେ ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ(AFI) ଓ ସ୍ପୋର୍ଟସ ଅଥରିଟି ଅଉଇ ଇଣ୍ଡିଆ ସହିତ ବିବାଦ ପରେ ଚଳିତ ବର୍ଷ ସେ ଭାରତ ଛାଡିଥିଲେ । ତେବେ ଭାରତ ଛାଡିବା ପୂର୍ବରୁ ସେ ନୀରଜଙ୍କୁ ଅଲମ୍ପିକ ଚମ୍ପିଆନ ବନିବାର ସମର୍ଥ କରିସାରିଥିଲେ ।

ଟୋକିଓ ୨୦୨୦ ଟିକେଟ ହାତେଇବାକୁ ବଡ ପରୀକ୍ଷାର ସାମ୍ନା କରିଥିଲେ ନୀରଜ । ଜାଭେଲିନ ଫିଙ୍ଗିବା ହାତରେ ଆଘାତ ପରେ ତାଙ୍କୁ ଏକ ସର୍ଜରୀର ଆବଶ୍ୟକତା ପଡିଥିଲା । ମାତ୍ର ୨୩ ବର୍ଷୀୟ ନୀରଜଙ୍କୁ ଦେଶର ସ୍ବର୍ଣ୍ଣିମ ଇତିହାସରେ ନାମ ଲେଖାଇବାର ଥିଲା ଫଳରେ, ଶୀଘ୍ର ସୁସ୍ଥ ହୋଇ ଫେରିଥିଲେ ସେ । ନୀରଜଙ୍କ ସ୍ବର୍ଣ୍ଣ ପଦକ ବଳରେ ଭାରତ ଅଲମ୍ପିକରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ୭ଟି ପଦକ ହାସଲ କରିଛି । ଟୋକିଓ ୨୦୨୦ରେ ବଜରଙ୍ଗ ପୁନିଆ(କାଂସ୍ୟ), ମୀରାବାଇ ଚାନୁ(ରୌପ୍ୟ), ପିଭି ସିନ୍ଧୁ(କାଂସ୍ୟ), ଲଭଲିନା ବୋର୍ଗହେନ(କାଂସ୍ୟ), ପୁରୁଷ ହକି ଟିମ(କାଂସ୍ୟ), ରବି କୁମାର ଦହିୟା(ରୌପ୍ୟ) ଦେଶ ପାଇଁ ପଦକ ବିଜେତା ରହଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details