ଓଡିଶା

odisha

ETV Bharat / sports

ୟୁଏସ ଓପନ ଫାଇନାଲ: ମହିଳା ଡବଲ୍ସରେ ଟାଇଟଲ ହାତେଇଲେ ଭେରା-ଲୌରା

ଆମେରିକାର ନିକୋଲ ମେଲିଚର ଓ ଚୀନର ଜୁ ଇଫାନଙ୍କୁ 6-4, 6-4 ସେଟରେ ପରାଜିତ କରି ୟୁଏସ ଓପନ ମହିଳା ଡବଲ୍ସରେ ଟାଇଟଲ ହାତେଇଲେ ଲୌରା ସିଗମଣ୍ଡ ଓ ଭେରା ଜ୍ବୋନାରେଭା । ଅଧିକ ପଢ଼ନ୍ତୁ...

Zvonareva & Siegemund win womens double title,  US Open 2020 final, womens Double, ୟୁଏସ ଓପନ ଫାଇନାଲ, ମହିଳା ଡବଲ୍ସରେ ଟାଇଟଲ ହାତେଇଲେ ଭେରା-ଲୌରା,  ଲୌରା ସିଗମଣ୍ଡ ଓ ଭେରା ଜ୍ବୋନାରେଭା,  Laura Siegemund and Vera Zvonareva
ୟୁଏସ ଓପନ ଫାଇନାଲ: ମହିଳା ଡବଲ୍ସରେ ଟାଇଟଲ ହାତେଇଲେ ଭେରା-ଲୌରା

By

Published : Sep 12, 2020, 1:13 PM IST

ନ୍ୟୁୟର୍କ: ଯୁଗ୍ମ ଭାବେ ନିଜର ପ୍ରଥମ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଭାଗିଦାର ଲୌରା ସିଗମଣ୍ଡ ଓ ଭେରା ଜ୍ବୋନାରେଭା 2020 ୟୁଏସ ଓପନ ଫାଇନାଲରେ ଟ୍ରଫି ହାତେଇଛନ୍ତି । ଉଭୟ ଫାଇନାଲ ମ୍ୟାଚରେ ଆମେରିକାର ନିକୋଲ ମେଲିଚର ଓ ଚୀନର ଜୁ ଇଫାନଙ୍କୁ ପରାସ୍ତ କରିଛନ୍ତି ।

ଶୁକ୍ରବାର ଆର୍ଥର ଆଶ ଷ୍ଟାଡିୟମରେ ଉଭୟ ଅନସିଡେଡ ପାର୍ଟନର ଥାର୍ଡ ସିଡେଡ ପ୍ରତିପକ୍ଷକୁ 79 ମିନିଟ ମ୍ୟାଚରେ 6-4, 6-4 ସେଟରେ ପରାଜିତ କରି ଟାଇଟଲ ହାତେଇଛନ୍ତି ।

ଫାଇନାଲରେ ବିଜୟ ସହ ଉଭୟ ଚାମ୍ପିଅନ ନିଜର ଯାତ୍ରା ସମାପ୍ତ କରିଛନ୍ତି । ଏହି ଇଭେଣ୍ଟ ପୂର୍ବରୁ କେବେ ବି ଏକାଠି ଖେଳି ନଥିବା ସିଗମଣ୍ଡ ଏବଂ ଜ୍ବୋନାରେଭା ପ୍ରତିଦ୍ବନ୍ଦ୍ବୀଙ୍କ ସର୍ଭକୁ ତିନି ଥର ଭାଙ୍ଗି ଫାଇନାଲରେ ବିଜୟୀ ହୋଇଥିଲେ ।

ଟୁର୍ଣ୍ଣାମେଣ୍ଟର ଅଧିକାରୀକ ୱେବସାଇଟ ଅନୁଯାୟୀ ଟ୍ରଫି ଜିତିବା ପରେ ଜ୍ବୋନେରେଭା କହିଛନ୍ତି ଯେ, ‘‘ଏହି ଦୁଇ ସପ୍ତାହ ମୋ ପାଇଁ ଖାସ କାରଣ ମୁଁ ଦୀର୍ଘ ଦିନ ଧରି ଏହି ଟୁର ଠାରୁ ଦୂରରେ ଥିଲି ।’’

‘‘ମୁଁ ଅନେକ ବ୍ୟାକ-ଟୁ-ବ୍ୟାକ ମ୍ୟାଚ ଖେଳି ନାହିଁ । ମୁଁ ଭାବୁଛି ଟୁର୍ଣ୍ଣାମେଣ୍ଟର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ମୁଁ ଲୌରାଙ୍କ ସହ କୋର୍ଟରେ ମୋର ସମୟ ଉପଭୋଗ କରୁଥିଲି । ସେ ମତେ ଟେନିସ କୋର୍ଟରେ ଭଲ ଅନୁଭବ କରାଉଥିଲେ । ସେ ବହୁତ ସାହାଯ୍ୟ କରିଥିଲେ । ମୁଁ ଭାବୁଛି ତାହା ହିଁ ଆମକୁ କିଛି କଷ୍ଟସାଧ୍ୟ ମ୍ୟାଚ ଜିତିବାରେ ସହାୟକ ହୋଇଥିଲା ।’’

@IANS

ABOUT THE AUTHOR

...view details