ଓଡିଶା

odisha

By

Published : Jul 2, 2021, 5:02 PM IST

ETV Bharat / sports

ୱିମ୍ବଲଡନ ଡେବ୍ୟୁରେ ଅଙ୍କିତା ନିରାଶ, ପ୍ରଥମ ରାଉଣ୍ଡରୁ ବାଦ

ଡେବ୍ୟୁ ୱିମ୍ବଲଡନ ମହିଳା ଯୁଗଳ ପ୍ରଥମ ରାଉଣ୍ଡରେ ପରାଜୟ ସହ ବାଦ ପଡିଲେ ମହିଳା ଭାରତୀୟ ଟେନିସ ଷ୍ଟାର ଅଙ୍କିତା ରାଇନା । ଅଧିକ ପଢନ୍ତୁ...

Wimbledon: Ankita Raina-Lauren Davis bow out of Women's Doubles
ୱିମ୍ବଲଡନ ଡେବ୍ୟୁରେ ନିରାଶ ଅଙ୍କିତା, ପ୍ରଥମ ରାଉଣ୍ଡରୁ ବାହାର

ଲଣ୍ଡନ: ଚଳିତ ୱିମ୍ବଲଡନ ଚମ୍ପିଆନସିପ ମହିଳା ଭାରତୀୟ ଟେନିସ ଷ୍ଟାର ଅଙ୍କିତା ରାଇନାଙ୍କ ପାଇଁ ଡେବ୍ୟୁ ୱିମ୍ବଲଡନ ଥିଲା । ମହିଳା ଯୁଗଳ ମୁଖ୍ୟ ଡ୍ରରେ ଖେଳିବାକୁ ଅଙ୍କିତା ଯୋଗ୍ୟତା ଅର୍ଜନ କରିଥିଲେ ଓ ଆମେରିକୀୟ ଖେଳାଳି ଲାଉରେନ ଡେଭିସ ତାଙ୍କର ଯୋଡି ରହିଥିଲେ ।

ତେବେ ପ୍ରଥମ ରାଉଣ୍ଡରେ ଆମେରିକୀୟ ଯୋଡି ଅସିଆ ମୁହମ୍ମଦ ଓ ଜେସିକା ପେଗୁଲାଙ୍କ ଠାରୁ ସିଧାସଳଖ ସେଟ୍‌ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛନ୍ତି ଅଙ୍କିତା-ଡେଭିସ ଯୋଡି । ଫଳରେ ମହିଳା ଯୁଗଳ ବର୍ଗରେ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବାରେ ନିରାଶ ହୋଇଛନ୍ତି ଅଙ୍କିତା ।

ପ୍ରାୟ ଏକଘଣ୍ଟା 10 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଙ୍କିତା-ଡେଭିସଙ୍କୁ 6-3, 6-2 ସେଟ୍‌ରେ ଆମେରିକୀୟ ଯୋଡି ସହଜରେ ହରାଇଛନ୍ତି ।

ତେବେ ଅଙ୍କିତା ମିଶ୍ରିତ ଯୁଗଳରେ ରାମକୁମାର ରାମାନାଥନଙ୍କ ସହ ମିଶି ଅନ୍ୟତମ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା ଓ ରୋହନ ବୋପାନ୍ନାଙ୍କ ସହ ପ୍ରଥମ ରାଉଣ୍ଡରେ ଲଢେଇ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details