ଟୋକିଓ:ଭାରତୀୟ ଟେନିସ ଷ୍ଟାର୍ ସାନିଆ ମୀର୍ଜା ଓ ଅଙ୍କିତା ରାଇନା ରବିବାର ଟୋକିଓ ଅଲମ୍ପିକ ଅଭିଯାନ ଆରମ୍ଭ କରିଥିଲେ । ମାତ୍ର ମହିଳା ଯୁଗଳ ପ୍ରଥମ ରାଉଣ୍ଡରେ ପରାଜୟ ସହ ପ୍ରତିଯୋଗିତାରୁ ବାଦ୍ ପଡିଛନ୍ତି ଦୁଇ ଭାରତୀୟ ଟେନିସ ତାରକା ।
ଅଙ୍କିତା ଓ ସାନିଆଙ୍କ ମୁକାବିଲା ମହିଳା ଟେନିସ ଯୁଗଳ ଗ୍ରୁପ ପର୍ଯ୍ୟାୟରେ ୟୁକ୍ରେନର ଦୁଇ ଯାଆଁଳା ଭଉଣୀ ନାଦିଆ ଓ ଲିୟଡିମିଲୟା ଯୋଡିଙ୍କ ସହ ହୋଇଥିଲା । ମ୍ୟାଚ୍ ୩ ସେଟ୍ ପର୍ଯ୍ୟନ୍ତ ଖେଳାଯାଇଥିଲା ଓ ପ୍ରଥମ ସେଟ୍କୁ ୬-୦ରେ ଜିତିନେଇଥିଲେ ସାନିଆ ଓ ଅଙ୍କିତା । ଫଳରେ ଭାରତୀୟ ଫ୍ୟାନ୍ସ ଭାରତୀୟ ଯୋଡିଙ୍କ ବିଜୟ ଆଶା କରୁଥିଲେ । ମାତ୍ର ପରବର୍ତ୍ତୀ ଦୁଇଟି ସେଟ୍ରେ ପରାଜୟର ମିଳିଥିଲା ।