ଲଣ୍ଡନ: କ୍ୟାରିଅରର ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି ଭାରତୀୟ ଷ୍ଟାର ଟେନିସ ଖେଳାଳି ସୁମିତ୍ ନାଗଲ । ସଦ୍ୟ ପ୍ରକାଶିତ ଏଟିପି ମାନ୍ୟତାରେ ଲମ୍ବା ଜମ୍ପ ମାରିଛନ୍ତି ନାଗଲ । ସେ 26ଟି ସ୍ଥାନ ଉପରକୁ ଉଠି ମାନ୍ୟାତାର 135ତମ ସ୍ଥାନରେ ରହିଛନ୍ତି ।
ସୁମିତଙ୍କୁ କ୍ୟାରିଅରର ଶ୍ରେଷ୍ଠ ମାନ୍ୟତା
କ୍ୟାରିଅର ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି ଭାରତୀୟ ଷ୍ଟାର ଟେନିସ ଖେଳାଳି ସୁମିତ୍ ନାଗଲ । ସେ 26ଟି ସ୍ଥାନ ଉପରକୁ ଉଠି ମାନ୍ୟାତାର 135ତମ ସ୍ଥାନରେ ରହିଛନ୍ତି ।
ତେବେ ଏହି 22 ବର୍ଷିୟ ଭାରତୀୟ ଟେନିସ ଖେଳାଳି ବ୍ୟୁନୋସ ଏଆର ଏଟିପି ଚାଲେଞ୍ଜରର ଟାଇଟଲ ରବିବାର ହାତେଇଛନ୍ତି । ଫାଇନାଲରେ ନାଗଲ ଘରୋଇ ଖେଳାଳି ଫାକୁନ୍ଡୋ ବାଗ୍ନିସଙ୍କୁ ୬-୪, ୬-୨ ସେଟ୍ରେ ହରାଇଥିଲେ । ମ୍ୟାଚ୍ ଜିତିବା ପାଇଁ ଭାରତୀୟ ଖେଳାଳିଙ୍କୁ 37 ମିନିଟ ସମୟ ଲାଗିଥିଲା । ଏହା ତାଙ୍କ କ୍ୟାରିୟରର ଦ୍ବିତୀୟ ଚ୍ୟାଲେଞ୍ଜର ଟ୍ରଫି ଥିଲା
ଉଲ୍ଲେଖଥାଉ କି, ନାଗଲ ଚଳିତବର୍ଷ କ୍ୟାରିୟରରେ ପ୍ରଥମ ଥର ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ସେ ଅଷ୍ଟ୍ରେଲିଆନ ଓପନର ପ୍ରଥମ ରାଉଣ୍ଡରେ ରୋଜର ଫେଡରରଙ୍କୁ ହରାଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଥିଲେ । ତେବେ ନାଗଲ ପ୍ରଥମ ଭାରତୀୟ ଯେ କି, ଫେଡେରରଙ୍କୁ କୌଣସି ସେଟରେ ହରାଇଛନ୍ତି । ମାତ୍ର ଶେଷ ଦୁଇଟି ସେଟ୍ ହାରି ମ୍ୟାଚରେ ପରାସ୍ତ ହୋଇଥିଲେ ।
-