ଭୁବନେଶ୍ବର: କ୍ରୀଡାକ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି ଓଡିଶା ସରକାର । ଓଡିଶା ସରକାରଙ୍କର କ୍ରୀଡା ବିଭାଗ ଓ ଭାରତୀୟ ଟେବୁଲ ଟେନିସ ମହାସଂଘ(TTFI) ମଧ୍ୟରେ ଏମଓୟୁ ସ୍ଵାକ୍ଷର ହୋଇଛି । କଟକ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଜୁଲାଇ 17ରୁ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା । ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ବର 14ଟି ଦେଶ ଭାଗନେବେ ।
ଜୁଲାଇ 19ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ 22ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଭାରତ ସମେତ 14ଟି ଦେଶର ପ୍ରାୟ 200 ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି ଦେଶ ଗୁଡିକ ମଧ୍ୟରେ ଭାରତ, ପାକିସ୍ତାନ, ସିଙ୍ଗାପୁର, ମାଲେସିଆ, ବାଂଲାଦେଶ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ସ୍କଟଲାଣ୍ଡ, ଓ୍ଵେଲ୍ସ, ଜର୍ସି, ଅଷ୍ଟ୍ରେଲିଆ, ସାଇପର୍ସ, ନାଇଜେରିଆ ଭଳି ଦେଶର ଖେଳାଳି ଅଛନ୍ତି । ଏହି ବିଶ୍ବସ୍ଥରୀୟ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଦର୍ଶକମାନେ ଫ୍ରିରେ ଦେଖିପାରିବେ ।