ଲଣ୍ଡନ:ଟେନିସର ମେଗା ଇଭେଣ୍ଟ ୱିମ୍ବଲଡନରୁ ଓହରିଲେ 4ଥର ଗ୍ରାଣ୍ଡ ସ୍ଲାମ ଚମ୍ପିଆନ ତଥା ବିଶ୍ବ ନମ୍ବର 2 ଜାପାନର ନାଓମି ଓସାକା । ତେବେ 23 ବର୍ଷୀୟା ଓସାକା, ଜୁଲାଇ 23ରୁ ଆରମ୍ଭ ହେଉଥିବା ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି ।
"ନାଓମି ଚଳିତ ବର୍ଷ ୱିମ୍ବଲଡନ୍ ଖେଳିବେ ନାହିଁ " ଅଲ୍ ଇଂଲଣ୍ଡ କ୍ଳବ ଏହା ଘୋଷଣା କରିଛି । ପରିବାର ଓ ବନ୍ଧୁଙ୍କ ସହ ସେ ସମୟ ବିତାଇବାକୁ ଚାହାନ୍ତି । "ସେ ଅଲମ୍ପିକ ପାଇଁ ପ୍ରସ୍ତୁତ ହେଉଛନ୍ତି ଓ ନିଜର ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବାକୁ ଉତ୍ସାହିତ ଅଛନ୍ତି ।"