ହାଇଦ୍ରାବାଦ: ଭାରତୀୟ ଟେନିସ ଷ୍ଟାର ତଥା ପାକିସ୍ତାନୀ ବୋହୂ ଭାବେ ପରିଚିତ ସାନିଆ ମିର୍ଜାଙ୍କ ଆଜି ଜନ୍ମଦିନ । 33 ବର୍ଷରେ ପାଦ ଥାପିଛନ୍ତି ସାନିଆ । ଯେଉଁ ସମୟରେ କେବଳ ଭାରତୀୟ କ୍ରିକେଟରଙ୍କୁ କ୍ରୀଡା ଜଗତର ସୁପର ଷ୍ଟାର ଭାବେ ଗଣା ଯାଉଥିଲା, ସେ ସମୟରେ ଟେନିସ ଖେଳି ନିଜର ନିଆରା ଛାପ ଛାଡିଥିଲେ ସାନିଆ । ଜଣେ ସଫଳ ମହିଳା କ୍ରୀଡାବିତ ଭାବେ ସେ ଘରେ ଘରେ ପରିଚିତ ।
1986 ଆଜିର ଦିନରେ ମୁମ୍ବାଇରେ ଜନ୍ମ ନେଇଥିଲେ ସାନିଆ । ପରେ ସେ ହାଇଦ୍ରାବାଦକୁ ସ୍ଥାନାନ୍ତରିତ ହୋଇଯାଇଥିଲେ । ସେହିଠାରୁ ନିଜର ଟେନିସ ଯାତ୍ରା ଆରମ୍ଭ କରଥିଲେ ସାନିଆ । ଏହାପରେ ଭାରତୀୟ ଟେନିସ ଇତିହାସରେ ଲେଖଥିଲେ ଏକ ସଫଳତମ ଅଧ୍ୟାୟ ।
ସାନିଆଙ୍କ ଗୌରବମୟ ଟେନିସ ଯାତ୍ରା ମଧ୍ୟରେ ବିଶ୍ବ ଟେନିସ ମାନ୍ୟତାର ଶୀର୍ଷ ସ୍ଥାନକୁ ସେ ଅଲଙ୍କୃତ କରିଛନ୍ତି । ଡବଲ୍ସରେ ସେ ତିନୋଟି ଗ୍ରାଣ୍ଡସ୍ଳାମ ଟାଇଟଲ (ଅଷ୍ଟ୍ରେଲିଆନ ଓପନ2016, ୱିମ୍ବଲଡନ2015 ଓ ୟୁଏସ ଓପନ2015) ଓ ମିକ୍ସ ଡବଲ୍ସର ବିଜେତା ହୋଇଛନ୍ତି ।
2006 ଅଷ୍ଟ୍ରେଲିଆ ଓପନରୁ ସାନିଆ ଯାତ୍ର ଆରମ୍ଭ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାଁନ୍ତି । 2011, 2013 ଓ 2015 ୱିମ୍ବଲଡନ କ୍ବାର୍ଟର ଫାଇନାଲରେ ସେ ପ୍ରବେଶ କରିଥିଲେ । ଟେନିସ ଟର୍ଫରେ ନିଜର ଦକ୍ଷତା ଯୋଗୁଁ ତାଙ୍କୁ ମିଳିଛି ସମ୍ମାନନୀୟ ଅର୍ଜୁନ ଆୱାର୍ଡ(2004), ପଦ୍ମଶ୍ରୀ(2006), ରାଜୀବ ଗାନ୍ଧୀ ଖେଳରତ୍ନ(2015) ପଦ୍ମ ଭୁଷଣ(2016) ।