ଓଡିଶା

odisha

ଅଷ୍ଟ୍ରେଲିଆ ଓପନ: ବିଜୟ ସହ ପେସ୍‌ ଯୋଡିଙ୍କ ଟୁର୍ଣ୍ଣାମେଣ୍ଟରେ ଯାତ୍ରା ଆରମ୍ଭ

By

Published : Jan 27, 2020, 3:52 AM IST

ଲିଆଣ୍ଡର ପେସ୍‌ଙ୍କ ୟୋଡି ଅଷ୍ଟ୍ରେଲିଆ ଓପନର ମିଶ୍ରିତ ଯୁଗଳ ବର୍ଗରେ ନିଜର ପ୍ରଥମ ମୁକାବିଲାରେ ବିଜୟ ହାଲସ କରି 2ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ଅଷ୍ଟ୍ରେଲିଆ ଓପନ
ଅଷ୍ଟ୍ରେଲିଆ ଓପନ

ମେଲବର୍ଣ୍ଣ: ରବିବାର ଦିନ ଅଷ୍ଟ୍ରେଲିଆ ଓପନର ମିଶ୍ରିତ ଯୁଗଳ ବର୍ଗରେ ଭାରତର ଅନୁଭବୀ ଟେନିସ ଖେଳାଳି ଲିଆଣ୍ଡର ପେସ୍‌ଙ୍କ ଯୋଡି ବିଜୟ ସହ ଏହି ଟୁର୍ଣ୍ଣାମେଣ୍ଟରେ ଯାତ୍ରା ଆରମ୍ଭ କରିଛନ୍ତି । ପେସ୍‌ - ୟେଲେନା ଓଷ୍ଟାପେନ୍‌କୋଙ୍କ ଯୋଡି ବିପକ୍ଷ ଯୋଡି ଷ୍ଟ୍ରୋମ ସେଣ୍ଡରସ- ମାର୍କ ପୋଲମ୍ୟାନ୍ସଙ୍କୁ 6-7(4), 6-3,10-6 ସେଟ୍‌ରେ ପରାସ୍ତ କରି 2ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ସୂଚନାଥାଉକି, 2ୟ ରାଉଣ୍ଡରେ ପେସ୍‌-ଓଷ୍ଟାପେନ୍‌କୋଙ୍କ ଯୋଡି ଆମେରିକାରର ବେଥାନୀ ମାଟେକ- ବ୍ରିଟେନର ଜେମୀ ମରେ ସହ ମୁକାବିଲା କରିବେ । ଏହି ମୁକାବିଲା 28ତାରିଖ ଦିନ ହେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@SportzFirst

ସେହିପରି ରୋହନ ବୋପନ୍ନା- ନାଦିୟା କିଚେନୋକଙ୍କ ଯୋଡି 2ୟ ରାଉଣ୍ଡରେ ନିକୋଲ ମେଲିଚାର - ବ୍ରୁନୋ ସୋରେସ ଯୋଡିଙ୍କୁ 6-4, 7-6(4) ସେଟ୍‌ରେ ପରାସ୍ତ କରି କ୍ବାଟରଫାଇନାଲରେ ପ୍ରବେଶ କରିଛନ୍ତି ।

ABOUT THE AUTHOR

...view details