ଓଡିଶା

odisha

ETV Bharat / sports

ଅଷ୍ଟ୍ରେଲିଆନ ଓପନର ଫାଇନାଲ ରାଉଣ୍ଡରେ ଅଙ୍କିତା ରାଇନା

ଇତିହାସ ରଚିବାକୁ ଯାଉଛନ୍ତି ଭାରତୀୟ ଷ୍ଟାର ଟେନିସ ଖେଳାଳି ଅଙ୍କିତା ରାଇନା । ଅଧିକ ପଢନ୍ତୁ...

By

Published : Jan 12, 2021, 10:13 PM IST

ANKITA IN FINAL ROUND RAMKUMAR OUT OF AUSTRALIAN OPEN QUALIFIER
ଅଷ୍ଟ୍ରେଲିଆନ ଓପନର ଫାଇନାଲ ରାଉଣ୍ଡରେ ଅଙ୍କିତା ରାଇନା

ମେଲବର୍ଣ୍ଣ: ଇତିହାସ ରଚିବାକୁ ଯାଉଛନ୍ତି ଭାରତୀୟ ଷ୍ଟାର ଟେନିସ ଖେଳାଳି ଅଙ୍କିତା ରାଇନା । ଅଷ୍ଟ୍ରେଲିଆନ ଓପନ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି ଅଙ୍କିତା । ଏଥିସହ ମହିଳା ଏକକ ବର୍ଗରେ ଗ୍ରାଣ୍ଡସ୍ଲାମ ଟାଇଟେଲ ଠାରୁ ଗୋଟିଏ ବିଜୟ ଦ୍ବାରରେ ରହିଛନ୍ତି ।

ଦୁବାଇରେ ଖେଳାଯାଉଥିବା ମହିଳା ଏକକ କ୍ବାଲିଫାୟରର ଦ୍ବିତୀୟ ରାଉଣ୍ଡର ମୁକାବିଲାରେ ୟୁକ୍ରେନର ଖେଳାଳିଙ୍କୁ 6-2, 2-6, 6-3 ସେଟରେ ହରାଇଛନ୍ତି । ଏହି ମ୍ୟାଚ ଦୁଇଟି ଘଣ୍ଟା 20 ମିନିଟ ଧରି ଖେଳାଯାଇଥିଲା ।

ଅଙ୍କିତା ଷଷ୍ଠ ଥର ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଡ୍ରରେ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି । ଏଥିସହ ଇତିହାସ ରଚିବାକୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details