ଓଡିଶା

odisha

ETV Bharat / sports

T-20WC; ଆଜି ଭାରତ-ଆଫଗାନିସ୍ତାନ ଭେଟ, ଭାରତ ପାଇଁ ଶେଷ ଆଶା - ଆଫଗାନିସ୍ତାନ

ଆଜି(ବୁଧବାର) ବିଶ୍ବକପର ସୁପର-୧୨ରେ ଗ୍ରୁପ-୨ରେ ଏକ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଭାରତ । ସେମିରେ ଆଶା ଉଜ୍ଜିବୀତ କରିବାକୁ ହେଲେ ଭାରତକୁ ଆଜି କିଛି ମିରାକିଲ୍‌ କରିବାକୁ ପଡିବ । ଭାରତ ପାଇଁ ଆଜିର ମ୍ୟାଚ ଶେଷ ସୁଯୋଗ । ଅଧିକ ପଢନ୍ତୁ...

ଆଜି ଭାରତ-ଆଫଗାନିସ୍ତାନ ଭେଟ
ଆଜି ଭାରତ-ଆଫଗାନିସ୍ତାନ ଭେଟ

By

Published : Nov 3, 2021, 7:56 AM IST

ଆବୁଧାବି: ଚଳିତ ଟି-ଟେଣ୍ଟି ବିଶ୍ବକପରେ ପ୍ରଥମ ୨ଟି ମ୍ୟାଚରେ ହାରି ସଙ୍କଟରେ ପଡିଛି ଭାରତ । ଆଜି(ବୁଧବାର) ବିଶ୍ବକପର ସୁପର-୧୨ରେ ଗ୍ରୁପ-୨ରେ ଏକ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଭାରତ । ସେମିରେ ଆଶା ଉଜ୍ଜିବୀତ କରିବାକୁ ହେଲେ ଭାରତକୁ ଆଜି କିଛି ମିରାକିଲ କରିବାକୁ ପଡିବ । ଭାରତ ପାଇଁ ଆଜିର ମ୍ୟାଚ ଶେଷ ସୁଯୋଗ । ଦଳର ଭାଗ୍ୟ ଏବେ ଝୁଲୁଛି । ଆଜିର ମ୍ୟାଚ ହାରିଲେ ଦଳ ଘରକୁ ଫେରିବାଟା ନିଶ୍ଚିନ୍ତ ।

ଭାରତକୁ ଆଜି ଏକ ବିଶାଳ ସ୍କୋର କରିବାକୁ ପଡିବ । ଏକ ବଡ ବ୍ୟବଧାନରେ ଆଫଗାନିସ୍ତାନକୁ ହରାଇବାକୁ ପଡିବ । ନଚେତ ଭାରତ ପକ୍ଷେ ଆଉ କିଛି ଚାରା ନାହିଁ । ପାକିସ୍ତାନ ବିପକ୍ଷରେ ଲଢୁଆ ଖେଳ ପ୍ରଦର୍ଶନ କରିବା ପରେ ପାକିସ୍ତାନ ମଧ୍ୟ ଆଜି ଭାରତକୁ କଡା ଟକ୍କର ଦେବ ଏଥିରେ ସନ୍ଦେହ ନାହିଁ । ଆଫଗାନିସ୍ତାନର ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗ ଶୃଙ୍ଖଳିତ ଅଛନ୍ତି । ଦଳର ମହମ୍ମଦ ନବି ଆପିଏଲରେ ଖେଳୁଥିବାରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଶକ୍ତି ଓ ଦୁର୍ବଳତା ବିଷୟରେ ତାଙ୍କୁ ଭଲ ଭାବରେ ଜଣା । ଆଫଗାନିସ୍ତାନ ୩ଟି ମ୍ୟାଚ ଖେଳି ସାରିଛି । ସ୍କଟଲାଣ୍ଡ ଓ ନାମ୍ବିଆକୁ ହରାଇ ୪ ପଏଣ୍ଟ ପାଇଛି ଦଳ । ଆଜି ଆଫଗାନିସ୍ତାନ ଭାରତକୁ ବଡ ସ୍କୋର କରିବାକୁ ଅଟକାଇବ ।

ମନୋବଳ ହରାଇ ଥିବା ଭାରତକୁ ଆଜି ଦୃଢ ହେବାକୁ ପଡିବ । ଶେଷ ଆଶା ପୂରଣ କରିବାକୁ ପଡିବ । ବ୍ୟାଟିଂ ବିଭାଗରେ ସୁଧାର ଆଣିବାକୁ ପଡିବ । ରୋହିତଙ୍କ ଓପନର ଭୂମିକା ବଜାୟ ରହିଛି । ରାହୁଲ ୪ ନମ୍ବର ସ୍ଥାନରେ ଖେଳିବାର ସମ୍ଭାବନା ରହିଛି । ଦଳ ଅପରିବର୍ତ୍ତିତ ରହିବା ଏକପ୍ରକାର ନିଶ୍ଚିନ୍ତ । ରବି ନନ୍ଦ୍ରନ ଅଶ୍ବିନ ଖେଳିବାର ସମ୍ଭାବନା ରହିଛି । ବିଶ୍ବକପରେ ଦୁଇ ଦଳ ପରସ୍ପରକୁ ୨ଥର ଭେଟିଛନ୍ତି । ଉଭୟ ମ୍ୟାଚରେ ଭାରତ ଜିତିଛି । ୨୦୧୦ ୭ୱିକେଟ ଓ ୨୦୧୨ରେ ୨୩ ରନରେ ଭାରତ ବିଜୟୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details